Sun. Sep 6th, 2026

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ବିଳାସପୂର୍ଣ୍ଣ ଜେଟ୍‌କୁ କିଣିଥିବା ଆମେରିକୀୟ କମ୍ପାନି ଏହାକୁ ଭାଙ୍ଗି କରୁଛି ଖଣ୍ଡ ଖଣ୍ଡ; ଜାଣନ୍ତୁ କାହିଁକି?…

297 Views

ମୁମ୍ବାଇ/ ନୂଆଦିଲ୍ଲୀ: ଦେଶର ବିଭିନ୍ନ ବ୍ୟାଙ୍କ୍‌ରୁ ୯୦୦୦ କୋଟିରୁ ଅଧିକ ଟଙ୍କାର ଋଣ ନେଇ ପଳାତକ ସାଜିଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ବିଳାସ ପୂର୍ଣ୍ଣ ବ୍ୟକ୍ତଗତ ଜେଟ୍‌ ‘ଭିଟି-ଭିଜେଏମ୍‌’କୁ ଆଜି ମୁମ୍ବାଇସ୍ଥିତ ଏୟାର ଇଣ୍ଡିଆ ହାଙ୍ଗରରେ ଭାଙ୍ଗି ଖଣ୍ଡ ଖଣ୍ଡ କରା ଯାଉଥିବା ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ଏହି ବିଳାସ ପୂର୍ଣ୍ଣ ବ୍ୟକ୍ତଗତ ଜେଟ୍‌ ‘ଭିଟି-ଭିଜେଏମ୍‌’କୁ ଭାରତୀୟ ସେବା ଟିକସ ବିଭାଗ ଗତ ୨୦୧୩ରେ ଜବତ କରିଥିଲା। ପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ବିମାନର ନିଲାମ କରାଯାଇଥିଲା। ନିଲାମୀ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ଆମେରିକାର ଏଭିଏସନ୍‌ ମ୍ୟାନେଜ୍‌ମେଣ୍ଟ ସେଲସ୍‌ (ଏଏମ୍‌ଏସ୍‌) ଏହି ଜେଟ୍‌ ବିମାନକୁ ୩୪.୮ କୋଟି (୫.୦୫ ମିଲିୟନ ଆମେରିକୀୟ ଡ଼ଲାର)ରେ କିଣିଥିଲା।

ତେବେ, ଏହି ଜେଟ୍‌ ବିମାନଟି ଦୀର୍ଘ ବର୍ଷ ଧରି ମୁମ୍ବାଇର ଏୟାର ଇଣ୍ଡିଆ ହାଙ୍ଗରରେ ପଡ଼ି ରହିଥିବା କାରଣରୁ ଏହା ଏବେ ଆଉ ଉଡ଼ାଣ ଭରିବା ଅବସ୍ଥାରେ ନାହିଁ। ତେଣୁ, ଏହି ବିମାନକୁ ନିଲାମୀ ଜରିଆରେ କିଣିଥିବା ଆମେରିକାର ଏଭିଏସନ୍‌ ମ୍ୟାନେଜ୍‌ମେଣ୍ଟ ସେଲସ୍‌ (ଏଏମ୍‌ଏସ୍‌) ଏବେ ଏହି ଜେଟ୍‌କୁ ଏୟାର ଇଣ୍ଡିଆର ମୁମ୍ବାଇସ୍ଥିତ ହାଙ୍ଗର ମଧ୍ୟରେ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ସହ ଏହାର ଯନ୍ତ୍ରାଂଶ ସବୁକୁ ତା’ର ଫ୍ଲୋରିଡା ସ୍ଥିତ ନିଜ କମ୍ପାନିକୁ ପଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି।

By amfnews

Related Post