Mon. Aug 17th, 2026

ପରୀ-୩ : ରାଜ୍ୟ ବାହାରକୁ ଗଲା ୩ ଟିମ୍

326 Views

ଭୁବନେଶ୍ବର : ରାଜ୍ୟରୁ ନିଖୋଜ୍‌ ହୋଇଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ପୁଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଅଭିଯାନ ‘ପରୀ’-୩ କାର୍ଯ୍ୟକ୍ରମ। ଏଥି ପାଇଁ ରାଜ୍ୟ ବାହାରକୁ ୮ଟି ଟିମ୍‌ ଯାଇଛି। ତୃତୀୟ ପର୍ଯ୍ୟାୟରେ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଟିମ୍‌ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ନିଖୋଜ ଶିଶୁଙ୍କୁ ଠାବ କରିବ। ପ୍ରତ୍ୟେକ ଦଳରେ ମହିଳା ଓ ଶିଶୁ ବିକାଶ ଓ ମିସନ୍‌ ଶକ୍ତି ବିଭାଗର ଜଣେ ଲେଖା ଅଧିକାରୀ ରହିଥିବା ବେଳେ ପ୍ରତି ଟିମ୍‌କୁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦଳକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସମ୍ପୃକ୍ତ ରାଜ୍ୟର ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ଶିଶୁମାନଙ୍କୁ ଉଦ୍ଧାର କରାଯିବା ପରେ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଯିବ। ସେମାନଙ୍କର ଥଇଥାନ ପାଇଁ ପଦକ୍ଷେପ ନିଆଯିବା ସହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କର ଆନୁଷ୍ଠାନିକ ଯତ୍ନ ନିଆଯିବ ବୋଲି ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି।

By amfnews

Related Post