Sun. Sep 13th, 2026

ପରୀ ହତ୍ୟା ମାମଲାରେ ଜଣେ ଗିରଫ, ଆଜି ପୋକ୍ସୋ କୋର୍ଟରେ ହାଜର କରିବ ସ୍ବତନ୍ତ୍ର ଟିମ୍

273 Views

ଭୁବନେଶ୍ୱର, ଡିସେମ୍ବର ୨୧ : ପରୀ ହତ୍ୟା ମାମଲାରେ ଏସଆଇଟି ଜଣଙ୍କୁ ଗିରଫ କରିଛି । ଆଇପିସିର ଧାରା ୩୭୬-ଏ (ଦୁଷ୍କର୍ମ), ୩୭୬-ଏବି (୧୨ ବର୍ଷରୁ କମ୍ ବୟସ୍କ ନାବାଳିକା ସହ ଦୁଷ୍କର୍ମ), ୩୬୪ (ଅପହରଣ), ୩୦୨ (ହତ୍ୟା) ଓ ୨୦୧ (ପ୍ରମାଣ ନଷ୍ଟ) ସହ ପକ୍ସୋ ଆଇନର ଧାରା-୬ରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି।

ଆଜି ପୋକ୍ସୋ କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଯିବ। ଏହି ବ୍ୟକ୍ତି ଜଣଙ୍କ ନୟାଗଡ଼ ଯଦୁପୁର ଗାଁର ହୋଇଥିବା ସୂଚନା ମିଳିଛି। ଏନେଇ ଏସଆଇଟି ସୂଚନା ଦେଇଛି।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର କୁନି ଝିଅ ପରୀ ନିଖୋଜ ହୋଇଥିଲା। ଘର ଲୋକ ଖୋଜାଖୋଜି କରିବା ସତ୍ତ୍ଵେ କୌଣସି ସନ୍ଧାନ ମିଳି ନଥିଲା। ଫଳରେ ଏନେଇ ପରୀର ଘରଲୋକେ ଥାନାରେ ଏତଲା ଦେଇଥିଲା। ଏହାପରେ ଜୁଲାଇ ୨୩ ତାରିଖରେ କୁନି ଝିଅ ପରୀର ମୃତଦେହ ଘର ପଛପଟୁ ଉଦ୍ଧାର ହୋଇଥିଲା।

By amfnews

Related Post