Sat. Aug 22nd, 2026

ପରିବାର ଚଲାଇବା ପାଇଁ ଅଟୋ ଚଲାଉଛନ୍ତି ବରଗଡର ଝିଅ ରଶ୍ମୀ

425 Views

ଭୁବନେଶ୍ୱର: ସରକାର ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ବାହାର କରିଛନ୍ତି। ମହିଳାଙ୍କ ସମ୍ମାନ ପାଇଁ ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ କରିଛନ୍ତି। ‘ବେଟି ପଢାଓ ବେଟି ବଚାଓ’ ଭଲି ଅନେକ ଗୁଡିଏ ଯୋଜନା ଥିଲେ ମଧ୍ୟ ଏସବୁରୁ ଅନେକ ମହିଳା ବଞ୍ଚିତ ହେଉଛନ୍ତି। କିଛି ମହିଳା ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଆଜି ଆମେ ଜଣେ ଛାତ୍ରୀଙ୍କ ଜୀବନର ସଂଘର୍ଷ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ବରଗଡ ଜିଲ୍ଲା ସୋହଲା ବ୍ଳକ ଘେସିଁ ଗ୍ରାମର ଛାତ୍ରୀ ରଶ୍ମୀ ବାଘ (୧୮) । ବଞ୍ଚିବା ପାଇଁ ସେ ଜୀବନରେ ଲଢେଇ ଜାରି ରଖିଛନ୍ତି । ପ୍ରଥମେ ସେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ନିଜ ପରିବାରକୁ ସାହାଯ୍ୟ କରିବା ପାଇଁ ଅଟୋ ଚଲାଉଛନ୍ତି , ଏହା କରି ସେ ବହୁତ ଖୁସି ଅନୁଭବ କରନ୍ତି । ଏପରି ଝିଅ ପାଇ ତାଙ୍କ ବାପା, ମା ଓ ଗାଁ ଲୋକ ମାନେ ମଧ୍ୟ ଖୁସି ଅଟନ୍ତି । ସେ ସମାଜ ସେବା ମଧ୍ୟ କରୁଛନ୍ତି ମହିଲାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ସେ ଗାଁ ଗାଁ ବୁଲି ମହିଲାଙ୍କୁ ସଚେତନ କରାଉଛନ୍ତି । ନିଜ ଗୋଡରେ ଛିଡା ହେବା ପାଇଁ ଦଳିତ ଶକ୍ତି କେନ୍ଦ୍ରରେ ଟେଲରିଂ ଶିକ୍ଷା କରୁଛନ୍ତି ।

By amfnews

Related Post