Fri. Apr 24th, 2026

ପରଲୋକରେ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରବାବା

363 Views

ଭୁବନେଶ୍ବର: ରାଜ୍ୟର ବହୁଚର୍ଚ୍ଚିତ ବାବା ସୁର ବାବା ଆଉ ନାହାନ୍ତି । ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମର ସୁରବାବା ପ୍ରତିଷ୍ଠାତା ଓରଫ ସୁରେନ୍ଦ୍ର ମିଶ୍ରଙ୍କର ଆଜି ପରଲୋକ ଘଟିଛି ।  ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସୁରବାବା। ଝିଣ୍ଟି ଶାସନସ୍ଥିତ ଆଶ୍ରମରେ ପୋଥି ଦେଖି ଭାଗ୍ୟ ଭବିଷ୍ୟତ କହି ସେ ଲୋକପ୍ରିୟତା ହାସଲ କରିଥିଲେ। ଏକଦା ତାଙ୍କ ଆଶ୍ରମକୁ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନିୟମିତ ଯାତଆତ ଥିଲା।

ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ୨୦୧୫ରେ ଗିରଫ ହୋଇଥିଲେ।  ଆଶ୍ରମରେ କେଳେଙ୍କାରୀ ଓ ଜମିଜମା ବିବାଦ ନେଇ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା।

ପୂର୍ବରୁ ତାଙ୍କ ବିରୋଧରେ ଜମି ଜବରଦଖଲଠାରୁ ଆରମ୍ଭ କରି ସମ୍ପତ୍ତି ହଡପ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିଲା । ଯାଞ୍ଚ ବେଳେ ତ୍ରାହି ଅଚ୍ୟୁତ ଆଶ୍ରମରୁ ପିସ୍ତଲ ଓ ଗୁଳି ମିଳିଥିଲା । ମୋଟ ୫ଟି ମାମଲା ରୁଜୁ ହୋଇଥିବା ବେଳେ ସୁର ବାବାଙ୍କ ବିରୋଧରେ ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା ।

By amfnews

Related Post