Tue. Sep 15th, 2026

ନୟାଗଡ ଓ ଚନ୍ଦକାରୁ ଅଢେଇ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

383 Views

ଭୁବନେଶ୍ୱର, ଜୁନ ୧:ନୟାଗଡ ଓଡଗାଁ ଥାନା ରଗଡିମଡାରେ କଟକ କେନ୍ଦ୍ରାଂଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢଉ କରି ୩୦ କ୍ୱିଂଟାଲ ଗଂଜେଇ ଗୁଣ୍ଡ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଏକ ପିକଅପ ଭ୍ୟାନରେ ଚୋରା ଚାଲାଣ ହେଉଥିବାବେଳେ ଗଂଜେଇ ଗୁଣ୍ଡକୁ ଜବତ କରିବା ସହ ୨ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ ।

ସେହିପରି ରାଜଧାନୀର ଉପଖଣ୍ଡ ଚନ୍ଦକା ଅଞ୍ଚଳରୁ ପ୍ରାୟ ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଅଙ୍ଗାରପଡା ଥାନା ପାଣିଓରା ଗାଁରୁ ଏହି ଗଞ୍ଜେଇକୁ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ। ରାଜ୍ୟ ବାହାରକୁ ଚାଲାଣ ହେବା ସମୟରେ ପୋଲିସ ଏହି ଗଂଜେଇକୁ ଜବତ କରିଥିବା ସୂଚନା ମିଳିଛି।

By amfnews

Related Post