Thu. Jun 4th, 2026

ନୋବେଲ୍‌ ଶାନ୍ତି ପୁରସ୍କାର ପାଇବେ ନାଦିଆ ଓ ଡେନିସ୍

371 Views

ନାଦିଆ ମୁରାଦ ମାତ୍ର ୨୫ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି। ୨୦୧୪ ମସିହାରେ ନାଦିଆଙ୍କ ସହ ତାଙ୍କ ପରିବାର ଲୋକମାନଙ୍କୁ ଆଇଏସ୍‌ଆଇଏସ୍‌ ପକ୍ଷରୁ ଅପହରଣ କରି ନିଆଯାଇଥିଲା। ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ତାଙ୍କ ମା’ଙ୍କ ସହ ଛଅ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏପରିକି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏଭଳି ଲୋମହର୍ଷଣକାରୀ ଘଟଣାର ନିଜେ ବର୍ଣ୍ଣନା କରିବା ସହ ଏହାର ପ୍ରତିକାର ପାଇଁ ନାଦିଆ ଉଦ୍ୟମ କରି ଆସୁଛନ୍ତି

ଅନ୍ୟପକ୍ଷରେ ଡାକ୍ତର ଡେନିସ୍‌ ମୁକୱେଗି କଙ୍ଗୋରେ ହଜାର ହଜାର ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରି ଆସୁଛନ୍ତି। କଙ୍ଗୋର ଯୁଦ୍ଧ କ୍ଷତିଗ୍ରସ୍ତ ଅଂଚଳରେ ଅନେକ ମହିଳାଙ୍କୁ ଦୁଷ୍କର୍ମ କରାଯିବା ସହ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି। ଏଭଳି ଘଟଣାର ନିରାକରଣ ପାଇଁ ସେ ସଚେତନତା ସୃଷ୍ଟି କରି ଆସୁଛନ୍ତି।

 

By amfnews

Related Post