Wed. Sep 23rd, 2026

ନୂଆବର୍ଷ ୨୦୨୦ ଜାନୁଆରିରୁ ଆରମ୍ଭ ହେବ ନୂଆ ନିୟମ

363 Views

ପାନ୍ ସହ ଆଧାର ଲିଙ୍କ୍‌ କରିବାର ଶେଷ ତାରିଖ ହେଉଛି ୨୦୧୯ ଡିସେମ୍ବର ୩୧। ଏହା ପରେ ଯେଉଁ ପାନ୍ ସହିତ ଆଧାର ଲିଙ୍କ୍‌ ହୋଇନଥିବ ତାହା ଅଚଳ ହୋଇଯିବ।

ଆୟକର ରିଟର୍ଣ୍ଣ ଫାଇଲ୍‌ କରିବାରେ ହେଉଥିବା ବିଳମ୍ବ ପାଇଁ ଆଦାୟ କରାଯାଉଥିବା ଜରିମାନା ରାଶି ଜାନୁଆରି ୧ରୁ ବଢ଼ି ୧୦ ହଜାର ଟଙ୍କା ହୋଇଯିବ। ତେବେ ଯେଉଁମାନଙ୍କ ଆୟ ୫ ଲକ୍ଷ ଟଙ୍କାରୁ କମ୍ ସେମାନଙ୍କ ଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍‌ ଡେବିଟ୍ କାର୍ଡ ଅଚଳ ହୋଇଯିବ। ଏହା ବଦଳରେ ଇଏମ୍‌ଭି ଚିପ୍ ଥିବା ଡେବିଟ୍‌ କାର୍ଡ କାର୍ଯ୍ୟ କରିବ। ଏହା ବ୍ୟତୀତ ଏଟିଏମ୍‌ରୁ ଟଙ୍କା ଉଠାଣରେ ଓଟିପି ବ୍ୟବସ୍ଥା ମଧ୍ୟ ଆରମ୍ଭ ହେବ।

ସେବା କର ଓ ଉତ୍ପାଦନ ଶୁଳ୍କକୁ ନେଇ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ଲାଗି ‘ସବ୍‌କା ବିଶ୍ବାସ ଯୋଜନା’ ଆରମ୍ଭ ହେବ।

ଏନ୍‌ଇଏଫ୍‌ଟିରେ ଟଙ୍କା ଟ୍ରାନ୍ସଫର ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ଏହି ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ। ଆଧାର ଜରିଆରେ ଜିଏସ୍‌ଟି ପଞ୍ଜୀକରଣ ସୁବିଧା ଆରମ୍ଭ ହେବ।

By amfnews

Related Post