Mon. Aug 17th, 2026

ନୂଆଦିଲ୍ଲୀ ଠାରେ ଭାରତ-ଚୀନ୍‌ ସୀମା ସଂକ୍ରାନ୍ତ ଆଲୋଚନା ପାଇଁ ୨୨ତମ ବୈଠକ ଆରମ୍ଭ

268 Views

ନୂଆଦିଲ୍ଲୀ: ଶନିବାର ଦିନ ନୂଆଦିଲ୍ଲୀରେ ଭାରତ-ଚୀନ୍‌ ସୀମା ସଂକ୍ରାନ୍ତ ଆଲୋଚନା ଲାଗି ୨୨ତମ ବୈଠକ ଆରମ୍ଭ ହୋଇଛି। ଏଥିରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌। ଚୀନ୍‌ ପକ୍ଷର ପ୍ରତିନିଧିତ୍ୱ କରୁଛନ୍ତି ତାଙ୍କ ଦେଶର ଷ୍ଟେଟ୍‌ କାଉନ୍‌ସିଲର୍‌ ଏବଂ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି।

ଏ ବର୍ଷ ଅକ୍ଟୋବର ମାସରେ ମାମଲାପୁରମ୍‌ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ବୈଠକ ପରେ ଏହା ହେଉଛି ଦୁଇ ଦେଶର ପ୍ରତିନିଧି ଦଳଙ୍କ ମଧ୍ୟରେ ପ୍ରଥମ ବୈଠକ। ଗତବର୍ଷ ନଭେମ୍ବର ମାସରେ ଚୀନ୍‌ର ଚେଙ୍ଗ୍‌ଡୁ ଠାରେ ଡୋଭାଲ୍‌ ଏବଂ ଓ୍ଵାଙ୍ଗ୍‌ଙ୍କ ମଧ୍ୟରେ ସୀମା ସଂକ୍ରାନ୍ତ ଆଲୋଚନା ହୋଇଥିଲା।

ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଉକ୍ତ ବୈଠକରେ ଦୁଇ ପକ୍ଷ ଗୁରୁତ୍ୱାରୋପ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କର ସର୍ବାଙ୍ଗୀଣ ବିକାଶରେ ଯେମିତି ସୀମା ସଂକ୍ରାନ୍ତ ମତପାର୍ଥକ୍ୟ କୁପ୍ରଭାବ ନ ପକାଏ ତାହା ଉପରେ ସେମାନେ ଧ୍ୟାନ ଦେଇଥିଲେ।

By amfnews

Related Post