Wed. Jul 29th, 2026

ନୂଆଦିଲ୍ଲୀର ଏହି ଆସନରୁ ଭାଜପା ପ୍ରାର୍ଥୀ ହେବେ ଅକ୍ଷୟ କୁମାର, ଅକ୍ଷୟ ଖାନ୍ନା ବି ଲଢ଼ିବେ ଲୋକସଭା ନିର୍ବାଚନ!

341 Views

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ କୁମାର ଏଥର ନୂଆଦିଲ୍ଲୀର ଚାନ୍ଦିନୀଚୌକ୍‌ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି। ଏ ନେଇ ଭାଜପାର ଶୀର୍ଷ ନେତାମାନେ ଅକ୍ଷୟ କୁମାରଙ୍କ ସହ କଥାବାର୍ତ୍ତା ଚଳାଇଥିବା କୁହାଯାଉଛି।ଏହି ଆସନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାର ଏଠାରୁ ଦଳ ସାସଂଦ ମୀନାକ୍ଷୀ ଲେଖିଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ଟିକେଟ୍‌ ଦେବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟି। ତେବେ ଏ ସଂପର୍କରେ ଦଳର ନେତାମାନେ ସିଧାସଳଖ କିଛି କହୁନାହାନ୍ତି।ପୂର୍ବରୁ ଅକ୍ଷୟ କୁମାର ଏକାଧିକ ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।


ଅନ୍ୟପକ୍ଷରେ ଦିବଙ୍ଗତ ଅଭିନେତା-ରାଜନେତା ବିନୋଦ ଖାନ୍ନାଙ୍କ ସୁପୁତ୍ର ତଥା ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଏଥର ନିଜ ପିତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ପଞ୍ଜାବର ଗୁରୁଦାସପୁରରୁ ଭାଜପା ଟିକେଟରେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଅକ୍ଷୟ ଖାନ୍ନା ପ୍ରସ୍ତୁତ ଥିବା ବି କୁହାଯାଉଛି।

By amfnews

Related Post