Thu. Jul 23rd, 2026

ନୀଳଗିରି ଉପକାରାଗାରରେ ବିଚାରାଧୀନ କଏଦୀ ମୃତ

194 Views

ନୀଳଗିରି  : ବୁଧବାର ଦିନ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ନୀଳଗିରି ଥାନା ଅଧୀନ ସଜନାଗଡ଼ ନିକଟସ୍ଥ ନୂଆସାହି ଗାଁର ହାଡ଼ିବନ୍ଧୁ ଖଣ୍ଡେଇଙ୍କ ପୁଅ ୨୫ ବର୍ଷିୟ ପାଗୁଲୁ। ଚୋରା ମଦ କାରବାର ଅଭିଯୋଗରେ ଗତ ୮ ତାରିଖ ଦିନ ଅବାକାରୀ ବିଭାଗ ଦ୍ୱାରା ସେ ଗିରଫ ହୋଇଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ନୀଳଗିରି ଜେଲ୍‌କୁ ପଠାଇ ଦିଆଯାଇଥିଲା।

ବୁଧବାର ସକାଳେ ପାଗୁଲୁଙ୍କର ବାତ ରୋଗ ବାହାରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ମୃତ ବୋଲି ଡାକ୍ତରମାନେ ସେଠାରେ ଘୋଷଣା କରିଥିଲେ। ଚିକିତ୍ସା ଅବହେଳାରୁ ଜେଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୁଲିସ କହିଛି। କଏଦୀ ମୃତ୍ୟୁ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

By amfnews

Related Post