Sun. Aug 16th, 2026

ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତ, ବୃଦ୍ଧଙ୍କୁ କଚାଡ଼ିଲେ, ଘର ଭାଙ୍ଗିଲେ

360 Views

ନୀଳଗିରି : ବାଲେଶ୍ୱର ଜିଲ୍ଲା ଜମ୍ବୁଡିହା ପଞ୍ଚୟତର ସାତରାଣ୍ଡି ଓ ପୁଖୁରିଆ ଗାଁରେ ଗତକାଲି ରାତିରେ ଝାଡ଼ଖଣ୍ଡୀ ହାତୀପଲ ପଶି ପ୍ରଭୂତ କ୍ଷୟକ୍ଷତି ଘଟାଇଛନ୍ତି। ଏହି ପଲରେ ୩୫ ହାତୀ ଅଛନ୍ତି। ହାତୀ ହାବୁଡ଼ରେ ପଡ଼ି ଜଣେ ବୃଦ୍ଧ ଆହତ ହୋଇଥିବା ବେଳେ ସେମାନେ ବହୁ ଗଛ ଓ ଘର ଭାଙ୍ଗି ଦେଇଛନ୍ତି। ଆହତ ବୃଦ୍ଧଙ୍କ ନାଁ  ଚୈତନ୍ୟ ମାଝି (୬୫)। ତାଙ୍କ ଘର ସାତରାଣ୍ଡି ଗାଁରେ। ଚୈତନ୍ୟଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ୧୨ ତାରିଖରେ ଗୋପାଳପୁର ଜଙ୍ଗଲ ଦେଇ ଝାଡ଼ଖଣ୍ଡୀ ହାତୀପଲ ଏଠାକୁ ଆସିଛନ୍ତି। ତିନିକୋଶିଆ ଜଙ୍ଗଲରେ ଗୋଟିଏ ଦିନ ରହିବା ପରେ ୧୩ ତାରିଖ ସନ୍ଧ୍ୟାରୁ ହାତୀପଲ ଗାଁ ମୁହାଁ ହୋଇଥିଲେ। ଜାମ୍ବୁଢ଼ିଆ ପଞ୍ଚୟତର ଗୁଡିଶୂଳ ଗାଁରେ ପଶି ସେମାନେ ୭ଟି ଘର ଭାଙ୍ଗିଥିଲେ। ୧୫ ତାରିଖରେ ଗରଡି ପଞ୍ଚାୟତ ବାଙ୍କୀସାହି ଗାଁରେ ହାତୀମାନେ ପଶିବାରୁ ରାତିସାରା ଲୋକେ ଉଜାଗର ରହିଥିଲେ। ଘର ଭାଙ୍ଗିବା ସହ ସେମାନେ ବହୁ ନଡ଼ିଆ ଓ ପଣସ ଗଛ ନଷ୍ଟ କରିଦେଇଥିଲେ।

By amfnews

Related Post