Sat. Apr 25th, 2026

ନିୟମ କୋହଳ କରିଲା ଏମ୍‌ ସିଆଇ, ମେଡିସିନ୍‌ରେ ପିଜି ଡିପ୍ଲୋମାଧାରୀ ବି ଏବେ ମେଡିକାଲ୍‌ କଲେଜରେ ଶିକ୍ଷାଦାନ କରିପାରିବେ

172 Views

ନୂଆଦିଲ୍ଲୀ : ଏବେ କେବଳ ଏମ୍‌ ଏସ୍‌,ଏମ୍‌ଡି କିମ୍ବା ଡିଏନ୍‌ବି ଯୋଗ୍ୟତା ଥିବା ଏମ୍‌ବିବିଏସ୍‌ ଡାକ୍ତରମାନେ ଶିକ୍ଷାଦାନ କରିବାର ବ୍ୟବସ୍ଥା ଅଛି। କିନ୍ତୁ ଏହି ନିୟମକୁ କୋହଳ କରିଛନ୍ତି ମେଡିକାଲ୍‌ କାଉନସିଲ ଅଫ୍‌ ଇଣ୍ଡିଆ (ଏମ୍‌ ସିଆଇ) କର୍ତ୍ତୃପକ୍ଷ। ଏହି ନୂଆ ନୀତି ଅନୁଯାୟୀ ଯେଉଁମାନଙ୍କର ମେଡିସିନ୍‌ରେ ପିଜି ଡିପ୍ଲୋମା ଯୋଗ୍ୟତା ଥିବ, ସେମାନେ ବି ମେଡିକାଲ୍‌ କଲେଜରେ ଶିକ୍ଷାଦାନ କରିପାରିବେ । ଏଥିପାଇଁ ବୟସ ସୀମା ୪୦ ରୁ ୪୫କୁ କୋହଳ କରାଯାଇଛି।
ସଂପ୍ରତି ଭାରତରେ ୫୨୯ଟି ମେଡିକାଲ୍‌ କଲେଜ୍‌ ରହିଛି ଓ ସେଥିରେ ୮୦ ହଜାର ଏମବିବିଏସ୍‌ ଓ ୪୫ ହଜାର ପିଜି ସିଟ୍‌ ରହିଛି। କିନ୍ତୁ ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ଲାଗି ଯଥେଷ୍ଟ ସଂଖ୍ୟକ ଶିକ୍ଷକ ନାହାଁନ୍ତି। ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ଲାଗି ଏମ୍‌ ସିଆଇ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡାକ୍ତରୀ ଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Image result for medical college
ତେବେ ପିଜି ଡିପ୍ଲୋମା ହୋଲଡରମାନେ ଏମ୍‌ ଏସ୍‌/ଏମ୍‌ଡିି/ଡିଏନବି ଯୋଗ୍ୟତା ସଂପନ୍ନ ଡାକ୍ତରମାନଙ୍କ ସହ ସମକକ୍ଷ ହେବେ କି ନା ତାହା ଏବେ ବି ସନ୍ଦେହ ଘେରରେ ରହିଛି ବୋଲି ପିଜି ଡିପ୍ଲୋମା ଡାକ୍ତର ସଂଘର ମୁଖ୍ୟ ଅଙ୍କିତ ଓମ୍‌ କହିଛନ୍ତି।

By amfnews

Related Post