Sat. Sep 5th, 2026

ନିୟମଗିରିରେ ନକ୍ସଲ ବିରୋଧୀ ପୋଷ୍ଟର

429 Views

କଲ୍ୟାଣସିଂହପୁର : ନିୟମଗିରିରେ ଦେଖିବାକୁ ମିଳିଛି ନକ୍ସଲ ବିରୋଧୀ ପୋଷ୍ଟର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲିର ଦୁଇଟି ସ୍ଥାନରେ ଏପରି ୫ଟି ପୋଷ୍ଟର ଲାଗିଛି। ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ତରଫରୁ ଏହି ପୋଷ୍ଟର ମରାଯାଇଥିବା ସେଥିରେ ଉଲ୍ଲେଖ ରହିଛି ।

ରାସ୍ତା ନିର୍ମାଣକୁ ବିରୋଧ କରୁଥିବା ଲୋକଙ୍କୁ ପୋଷ୍ଟରରେ ବିରୋଧ କରାଯାଇଛି । ଏହାସହ ପୋଷ୍ଟରରେ ୭ଟି ପ୍ରଶ୍ନ ରହିଛି ।  ସେଗୁଡିକ ହେଲା ନିୟମଗିରି ପାହାଡ଼ରେ ରାସ୍ତାଘାଟ କେବେ ନିର୍ମାଣ ହେବ, ନିୟମଗିରି ସୁରକ୍ଷା ମଞ୍ଚ ନାମରେ ଡଙ୍ଗରିଆ ଯୁବକଙ୍କୁ କେତେ ଦିନ ଅତ୍ୟାଚାର କରାଯିବ, ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କଠାରୁ ଟଙ୍କା ନେବା କେବେ ବନ୍ଦ ହେବ।

ଏହାବ୍ୟତୀତ  ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଚେଷ୍ଟା କରୁଥିବା ଯୁବକଙ୍କୁ ମୃତ୍ୟୁ ଧମକ ଦେବା କେବେ ବନ୍ଦ ହେବ, ରାସ୍ତା ନିର୍ମାଣରେ ନିୟୋଜିତ ଗାଡ଼ିକୁ ପୋଡ଼ିବାକୁ କିଏ କହିଲା, ନିୟମଗିରି ସୁରକ୍ଷା ସମିତି କାହିଁକି ଏହାକୁ ବିରୋଧ କରୁନାହିଁ ଓ କଣ ନିୟମଗିରି ସୁରକ୍ଷା ସମିତି ନକ୍ସଲଙ୍କୁ ସମର୍ଥନ କରୁଛି କି ବୋଲି ପ୍ରଶ୍ନ କରାଯାଇଛି । ଗତ ସପ୍ତାହରେ ନିୟମଗିରିକୁ ରାସ୍ତା ନିର୍ମାଣରେ ନିୟୋଜିତ ମେସିନ୍‌କୁ ନକ୍ସଲମାନେ ପୋଡ଼ିଦେଇଥିଲେ ।

By amfnews

Related Post