Mon. Oct 19th, 2026

ନିର୍ବାଚନ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋରଙ୍କ ସହାୟତା ଲୋଡ଼ିଲେ ଡିଏମ କେ ନେତା ଷ୍ଟାଲିନ

261 Views

ଚେନ୍ନାଇ: ନିର୍ବାଚନ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋର ଏବେ ତାମିଲନାଡୁକୁ ମୁହାଁଇବେ ବୋଲି ଜଣାଯାଇଛି। କୁହାଯାଉଛି ଯେ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ତାମିଲନାଡୁରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଡିଏମ କେ ନେତା ଏମ କେ ଷ୍ଟାଲିନଙ୍କ ନିମନ୍ତେ ସେ କାମ କରିବେ । ଆଗାମୀ ଜାନୁଆରୀ ୨୦୨୦ରୁ ସେ ଏହି କାମରେ ଲାଗିଯିବେ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋର ଓ ଡିଏମ କେ ନେତା ଷ୍ଟାଲିନଙ୍କ ମଧ୍ୟରେ ଏସଂପର୍କରେ ଆଲୋଚନା ହୋଇସାରିଛି । ଆଗାମୀ ବିଧାନସଭା ନିର୍ବାଚନରେ ଦୁଇ ଫିଲ୍ମଷ୍ଟାର କମଲ ହାସନ ଏବଂ ରଜନୀକାନ୍ତଙ୍କୁ ମଇଦାନରେ ଦେଖିବାକୁ ମିଳିବ। ରଜନୀକାନ୍ତ ନିଜର ଏକ ଦଳ ଗଠନ କରି ନିର୍ବାଚନ ଲଢିବାର ଘୋଷଣା କରିସାରିଥିବା ବେଳେ କମଲ ହାସନଙ୍କ ଦଳ ମଧ୍ୟ ନିର୍ବାଚନ ଲଢ଼ିବାର ସଙ୍କେତ ଦେଇସାରିଛି। ଆହୁରି ମଧ୍ୟ କୁହାଯାଉଛି ଯେ, କମଲ ହାସନ ରଜନୀକାନ୍ତଙ୍କ ସହ ହାତ ମିଳାଇ ନିର୍ବାଚନ ଲଢିପାରନ୍ତି ।

Image result for m k stalin

ଯଦି ଏଭଳି ଘଟେ ତେବେ ଡିଏମକେ ଲାଗି ଏହା ଏକ ବଡ଼ ସମସ୍ୟା ତିଆରି କରିପାରେ। ଏହି କାରଣରୁ ଡିଏମ କେ ନେତା ଷ୍ଟାଲିନ ନିର୍ବାଚନ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋରଙ୍କ ଶରଣାପନ୍ନ ହୋଇଥିବା କୁହାଯାଉଛି।

By amfnews

Related Post