Tue. Sep 29th, 2026

ନିର୍ବାଚନ ଫଳାଫଳ ମଧ୍ୟରେ ମୋଦୀ କହିଲେ, ଆମେ ପ୍ରସ୍ତୁତ, ଆଲୋଚନା ତ ହେଉ

307 Views

ନୂଆଦିଲ୍ଲୀ, ଡିସେମ୍ବର୧୧: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ନିଜର ଚିରାଚରିତ ଢଙ୍ଗରେ ବିରୋଧୀଙ୍କଠୁ ସହଯୋଗ ଏବଂ ଗୃହକାର୍ଯ୍ୟ ସୂଚାରୁ ରୂପେ ଚଳାଇବା ପାଇଁ ଅପିଲ କରିଛନ୍ତି। ୫ଟି ରାଜ୍ୟର ବିଧାନସଭା ଫଳାଫଳ  ଦିନ ପ୍ରଧାନମନ୍ତ୍ରୀ ବହୁତ ସହଜ ନଜର ଆସୁଥିଲେ। ସେ କହିଛନ୍ତି ଯେ  ମେ ମାସରେ ହେବାକୁ ଥିବା ଲଢେଇ ପୂର୍ବରୁ ସବୁ ଦଳ ରାଜନୀତିରୁ ଉର୍ଦ୍ଧ୍ଵକୁ ଉଠି ଗୃହରେ ଜନତାଙ୍କ ପ୍ରସଙ୍ଗ ଉଠାଇବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  ଗୃହରେ ଆଲୋଚନା ହେଉ, ପ୍ରତ୍ୟେକ ପ୍ରସଙ୍ଗରେ ଚର୍ଚ୍ଚା ହେଉ ଏବଂ ଗରମାଗରମ ବିତର୍କ ମଧ୍ୟ ହେଉ। ଗୃହରେ ସମ୍ବାଦ, ବିବାଦ ଓ ବିମର୍ଶ ହେଉ, ଯାହା ଗଣତନ୍ତ୍ରର ପରମ୍ପରାକୁ ଆହୁରି ସୁସ୍ଥ କରିବ। ଆମେ ପ୍ରୟାସ  କରୁଛୁ ଯେ ଗୃହକାର୍ଯ୍ୟ ଚାଲୁ। ମୁଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରୁଛୁ ଯେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ।  ମୁଁ ଆଶା କରୁଛି ଯେ ଏହି ଅଧିବେଶନରେ ଗୃହ କାର୍ୟ୍ୟ  ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁ।

୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ଶୀତକାଳିନ ଅଧିବେଶନ ବହୁତ ମହତ୍ଵପୂର୍ଣ୍ଣ ରହିଛି। ସରକାର ଗୋଟିଏ ପଟେ ନିଜର ଉପଲବ୍ଧିକୁ ଜୋର ସୋରରେ ଉଠାଇବାକୁ ଚେଷ୍ଟା କରିବେ, ଅନ୍ୟ ପଟେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଉର୍ଜିତ ପଟେଲ, ରାଫେଲ ଘୋଟାଲା, ସିବିଆଇ ବିବାଦ ଆଦି ପ୍ରସଙ୍ଗକୁ ନେଇ ସରକାରକୁ ଘେରିବାକୁ ପୂରା ପ୍ରସ୍ତୁତି କରିଛନ୍ତି।

By amfnews

Related Post