Wed. Oct 14th, 2026

ନିର୍ବାଚନ କମିସନ୍‌ଙ୍କ ଠାରେ ରେଜିଷ୍ଟ୍ରି କରାଇବାକୁ ଚାହୁଁଛନ୍ତି ସାତଟି ରାଜନୈତିକ ଦଳ

247 Views

ନୂଆଦିଲ୍ଲୀ, ଜାନୁଆରୀ ୦୯ : ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ନିକଟ ଅତୀରେ ଅନ୍ୟୂନ ୭ଟି ରାଜନୈତିକ ଦଳ ନିର୍ବାଚନ କମିସନ୍‌ଙ୍କ ଠାରୁ ଫର୍ମ ମଗାଇଛନ୍ତି ବୋଲି ମଙ୍ଗଳବାର ଦିନ ଅଧିକାରୀମାନେ କହିଛନ୍ତି।

ଉକ୍ତ ରାଜନୈତିକ ସଙ୍ଗଠନଗୁଡ଼ିକ ହେଲା- ଭାରତୀୟ ବିକାଶ ଦଳ ୟୁନାଇଟେଡ୍‌, ଲୋକତାନ୍ତ୍ରିକ ଜନ ସ୍ୱରାଜ ପାର୍ଟି, ନେସ୍‌ନାଲ୍‌ ଅଓ୍ଵାମି ୟୁନାଇଟେଡ୍‌ ପାର୍ଟି, ପୂର୍ବାଞ୍ଚଳ ନବନିର୍ବାଣ ପାଟି, ରାଷ୍ଟ୍ରୀୟ ଜନଶକ୍ତି ସମାଜ ପାର୍ଟି, ସକଳ ଜନୁଲା ପାର୍ଟି ଏବଂ ସ୍ୱତନ୍ତ୍ର ପାର୍ଟି (ଜନ)। ଗତ ନଭେମ୍ବର ୨୦୧୮ ସୁଦ୍ଧା କମିସନ ୨୨ଟି ରାଜନୈତି ଦଳ ପଞ୍ଜିକୃତ କରିଥିଲା।

ସମ୍ପ୍ରତି ଦେଶରେ ପ୍ରାୟ ୧୯୦୦ଟି ରାଜନୈତିକ ଦଳ ରହିଛି। ସେଥିରୁ ଅଳ୍ପ କେତୋଟି ମାତ୍ର ନିର୍ବାଚନ କମିସନଙ୍କ ସ୍ୱୀକୃତି ପାଇଛି। ଏ ବର୍ଷ ମଝି ଆଡ଼କୁ ଲୋକସଭା ନିର୍ବାଚନ କରାଯିବାର ଆଶା ରହିଛି।

By amfnews

Related Post