Sat. Oct 17th, 2026

ନିର୍ବାଚନୀ ପ୍ରଚାରରେ ଯାଉଥିବା ବେଳେ ପ୍ରବଳ ବର୍ଷା ହେତୁ ଅଧାବାଟରେ ଜରୁରିକାଳୀନ ଅବତରଣ କଲା ଶାହାଙ୍କ ହେଲିକପ୍ଟର

299 Views

ଶାହାଙ୍କ ହେଲିପକ୍ଟରଟି ନାସିକରୁ ୭୦ କିଲୋମିଟର ଦୂର ଅହମ୍ମଦନଗରରେ ଥିବା ଅକୋଲାକୁ ଯାଉଥିଲା। ସେଠାରେ ଶାହା ନିର୍ବାଚନୀ ପ୍ରଚାରରେ ଅଭିଭାଷଣ ଦେଇଥାନ୍ତେ।

ଅଚାନକ  ପାଗ ବିଗିଡ଼ି ଯିବାରୁ ପାଇଲଟ୍‌ ହେଲିକପ୍ଟରଟିକୁ ଅପରାହ୍ନ ୨.୨୫ ସମୟରେ ଓଜାର ବିମାନ ବନ୍ଦରରେ ଅବତରଣ କରାଇବା ନିଷ୍ପତ୍ତି ନେଇଥିଲେ। ପ୍ରାୟ ୪୦ ମିନିଟ୍‌ ରହିବା ପରେ ହେଲିକପ୍ଟରଟି ପୁଣି ୩.୦୮ ସମୟରେ ଉଡ଼ାଣ ଭରିଥିଲା।

ଶାହା ପୂର୍ବରୁ ଉତ୍ତର ମହାରାଷ୍ଟ୍ରର ନାନ୍ଦୁରବାର ଜିଲ୍ଲାର ନବପୁରଠାରେ ନିର୍ବାଚନ ପ୍ରଚାର କରି ସାରିଛନ୍ତି। ଶନିବାର ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ସୂଚନା ମିଳିଛି।

By amfnews

Related Post