Thu. Jul 9th, 2026

ନିରାକାରପୁର: ଅପରାଧୀର ବୋମାମାଡ଼ରେ ୩ ପୁଲିସ ଆହତ, ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

314 Views

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକ ନିକଟରେ ବନ୍ଦ ଥିବା ଏକ ମଦ ଦୋକାନରେ ଲୁଚିଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ପୁଲିସ ଉପରକୁ ବୋମାମାଡ଼ କରି ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛି ବହୁ ଅପରାଧିକ ମାମଲାରେ ଜଡ଼ିତ ଖଜୁରିପଡ଼ା ଗ୍ରାମର ବବ୍‌ଲୁ ଓରଫ ଫିରୋଜ ଖାଁ। ଫିରୋଜର ବୋମାମାଡ଼ରେ ନିରାକାରପୁର ଥାନା ଅଧିକାରୀ ସରୋଜ ଉପାଧ୍ୟାୟ, ଏଏସଆଇ ଶଙ୍କର୍ଷଣ ଆଇଚ ଓ କନେଷ୍ଟବଳ ଅକ୍ଷୟ ଗୁମାନସିଂହ ଆହତ ହୋଇଛନ୍ତି। ତେବେ ବୋମାମାଡ଼ କରି ଖସିଯିବାକୁ ଉଦ୍ୟମ କରୁଥିବା ବବୁଲ ପୁଲିସ ଏନକାଉଣ୍ଟରେ ଆହତ ହୋଇଛି। ତାର ବାମଗୋଡ଼ରେ ଗୁଳି ବାଜିଛି। ୩ ଜଣ ପୁଲିସ ଅଧିକାରଙ୍କ ସହିତ ଅପରାଧୀ ବବୁଲଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ ବବୁଲ ନାମରେ ଖୋର୍ଦ୍ଧା, ବାଲୁଗାଁ, ଟାଙ୍ଗୀ, ନିରାକାରପୁର, ଜଙ୍କିଆ ଆଦି ବିଭିନ୍ନ ଥାନାରେ ଚୋରୀ, ଡକାୟତି, ରାହାଜାନୀ ଅଦି ବିଭିନ୍ନ ସଙ୍ଗୀନ ମାମଲା ରହିଛି। ତେବେ ବବୁଲ ଏକ ବନ୍ଦ ଥିବା ମଦଦୋକାନରେ ଆତ୍ମଗୋପନ କରିଥିବା ଖବର ପାଇ ଇନସପ୍ଟେର ଶ୍ରୀ ଉପାଧ୍ୟାୟଙ୍କ ନେତୃତ୍ୱରେ କ ଟିମ୍‌ ସେଠାରେ ଚଢ଼ାଉ କରୁଥିବା ବେଳେ ବବୁଲ ନିଜ ପାଖରେ ରଖିଥିବା ଏକ ହାତବୋମା ସେମାନଙ୍କ ଉପରକୁ ଫିଙ୍ଗିଥିଲା। ପରେ ନିଜେ ପୁଲିସ ଗୁଳିରେ ଆହତ ହୋଇଥିଲା।

By amfnews

Related Post