Fri. Apr 24th, 2026

ନିବେଶକମାନେ ଫେସବୁକ୍‌ ପରିଚାଳନା ବୋର୍ଡ ଅଧ୍ୟକ୍ଷ ପଦରୁ ମାର୍କ ଜୁକରବର୍ଗଙ୍କୁ ହଟାଇବାକୁ ଚାହାନ୍ତି

339 Views

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ନିବେଶକମାନେ କମ୍ପାନିର ପରିଚାଳନା ବୋର୍ଡ ଅଧ୍ୟକ୍ଷ ପଦରୁ ମାର୍କ ଜୁକରବର୍ଗ ହଟିଯିବା ଚାହାନ୍ତି ବୋଲି ଚର୍ଚ୍ଚା ଶୁଣିବାକୁ ମିଳିଛି। ଫେସ୍‌ବୁକ୍‌ ଏକାଧିକ ହାଇ-ପ୍ରୋଫାଇଲ୍‌ ସ୍କାଣ୍ଡାଲ୍‌ରେ ଜଡ଼ିତ ହେବା ପରେ ନିବେଶକମାନେ ଏପରି ମତ ପୋଷଣ କରୁଥିବା ଆଲୋଚନା ହେଉଛି। ଫେକ୍‌ ନ୍ୟୁଜ୍‌ ପ୍ରସାରଣ ଏବଂ ଆମେରିକୀୟ ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ ଆଦି ପ୍ରସଙ୍ଗରେ ଫେସ୍‌ବୁକ୍‌ ଜଡ଼ିତ ବୋଲି ଜଣାପଡ଼ିବା ପରେ ନିବେଶକମାନେ ଏହାର ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫଳରେ ସେମାନେ ମାର୍କ ଜୁକରବର୍ଗଙ୍କ ଅପସାରଣ ଚାହୁଁଛନ୍ତି ବୋଲି ମତ ପ୍ରକାଶ ପାଇଛି।

ଫେସ୍‌ବୁକ୍‌ରେ ଅର୍ଥ ନିବେଶ କରିଥିବା ଆମେରିକାର ୪ଟି ବୃହତ ପବ୍ଲିକ୍‌ ଫଣ୍ଡ ସିଇଓ ମାର୍କ ଜୁକରବର୍ଗଙ୍କୁ ବୋର୍ଡ ଅଧ୍ୟକ୍ଷ ପଦରୁ ବିଦା କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି। ସେହିଭଳି ଫେସ୍‌ବୁକ୍‌ର ନିବେଶକ ପବ୍ଲିକ୍‌ ପେନ୍‌ସନ୍‌ ଫଣ୍ଡ ଏବଂ ଆମେରିକୀୟ ସରକାରୀ ଅଧିକାରୀମାନେ ମଧ୍ୟ ଜୁକରବର୍ଗଙ୍କ ଅପସାରଣ ଚାହାନ୍ତି।

ଭୋଟର ପ୍ରୋଫାଇଲିଂ କମ୍ପାନି କେମ୍ବ୍ରିଜ୍‌ ଆନାଲିଟିକାକୁ ୫୦ ନିୟୁତ ବ୍ୟବହାରକାରୀଙ୍କ ବିନା ଅନୁମତିରେ ବ୍ୟକ୍ତିଗତ ସୂଚନା ପ୍ରଦାନ ଏବଂ ୩୦ ନିୟୁତ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଘଟଣାରେ ଫେସ୍‌ବୁକ୍‌ ବଦନାମ୍‌ ହୋଇଛି। ଏଥି ଯୋଗୁଁ ନିବେଶକମାନେ ଜୁକରବର୍ଗଙ୍କ ପରିଚାଳନା ଶୈଳୀ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

By amfnews

Related Post