Thu. May 14th, 2026

ନିଦରେ ବାଧା ଦେଉଥିବା ଗଞ୍ଜା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଫେରାଦ ହେଲେ ମହିଳା

326 Views

ପୁଣେ : ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଗୋଟାଏ ଗଞ୍ଜାର ରବ ଜଣେ ମହିଳାଙ୍କୁ ଏତେ ମାତ୍ରାରେ ବିରକ୍ତ କରାଇ ଦେଇଛି ଯେ ସମ୍ପୃକ୍ତ  ମହିଳାଜଣକ ସେ ଗଞ୍ଜା ଓ ତା’ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଫେରାଦ ହୋଇଛନ୍ତି।

ଶୁକ୍ରବାର ଦିନ ସମର୍ଥ ଥାନାରେ କରିଥିବା ଆବେଦନରେ ସୋମଓ୍ଵାର୍‌ ପେଥ ଅଞ୍ଚଳର ସେ ମହିଳାଜଣକ ଲେଖିଛନ୍ତି ଯେ ସବୁଦିନ ପାହାନ୍ତା ପହରରେ ତାଙ୍କ ଦୁଆରେ ସେ ଗଞ୍ଜାର ରାବୁଥିବା ଯୋଗୁଁ ତାଙ୍କ ନିଦରେ ବ୍ୟାଘାତ ଘଟୁଛି। ସେ ମହିଳାଙ୍କର ଆବେଦନ ଗ୍ରହଣ କରାଯାଇଛି। ତଦନ୍ତ କରିବା ପରେ ଆମେ ଜାଣିଲୁ ସେ ଘରଟି ତାଙ୍କ ଭଉଣୀଙ୍କର। ସେ ସେଠାରେ ରହନ୍ତି ନାହିଁ। ଅଳ୍ପ କେତେ ଦିନ ପାଇଁ ସେ ଭଉଣୀଘରକୁ ବୁଲି ଆସିଥିଲେ ଏବଂ ଥାନାରେ ଆବେଦନ କରି ଚାଲି ଯାଇଛନ୍ତି।

ପୁଲିସ ସେ ମହିଳାଙ୍କ ଭଉଣୀଙ୍କୁ ପଚାରିବାରୁ ସେ ଘଟଣା ପ୍ରତି ଗୁରୁତ୍ୱ ନ ଦେଇ କହିଲେ କି, ତାଙ୍କ ଭଉଣୀର ଟିକେ ମୁଣ୍ଡଦୋଷ ଅଛି। ପୁଲିସ ଅଧିକାରୀ କହନ୍ତି କି, ଏ ଘଟଣା ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଅଭିଯୋଗ ଦାଏର କରାଯାଇ ନାହିଁ।

By amfnews

Related Post