Thu. Oct 8th, 2026

ନିଠାରୀ କାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ଫାସୀ ଦଣ୍ଡାଦେଶ

437 Views

ନୋଏଡା: ନୋଏଡା ନିଠାରୀ କାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅମିତ ବୀର ସିଂହ ଫାସୀ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ତାକୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ନ୍ୟାୟାଳୟ। ନ୍ୟାୟଳୟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ କୋଲିକୁ ମରିବା ଯାଏଁ ଫାସୀରେ ଲଟକାଇ ରଖାଯିବ।

ଶନିବାର ଦିନ ଏହି ନିର୍ଦ୍ଦେଶ ଦିଆଯାଇଛି। କୋଲିକୁ ନାବାଳିକାମାନଙ୍କ ଅପହରଣ ,ହତ୍ୟା ଓ ଦୁଷ୍କର୍ମ ଏବଂ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଏଭଳି ଦଣ୍ଡା ଦେଶ ମିଳିଛି।

ପୁଲିସ କୋଲିର କୋଠି ନମ୍ବର ଡି-୫ ପଛରେ ଥିବା ନଳାରୁ ପିଲାମାନଙ୍କର ହାଡ଼ ,କଙ୍କାଳ ଓ ଜୋତା-ଚପ୍ପଲ ଓ କପଡା ଜବତ କରିଥିଲା। ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତରିତ ହୋଇଥିଲା। ସିବିଆଇ କୋଲି ଓ ମନିନ୍ଦର ପନ୍ଧେର ବିରୁଦ୍ଧରେ ୧୯ଟି ମାମଲା ରୁଜୁ କରିଥିଲା।

By amfnews

Related Post