Wed. Jul 8th, 2026

ନିଜ ସମର୍ଥକମାନଙ୍କ ସହ ଦିଲ୍ଲୀପଙ୍କ ଗୁପ୍ତ ବୈଠକ, ନିଷ୍ପତ୍ତି ଅସ୍ପଷ୍ଟ

194 Views

ରାଉରକେଲା, ଜାନୁଆରୀ ୦୫ : ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ତଥା ବିଧାୟକ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ରାଉରକେଲା ଆସିଥିବା ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଆଜି ନିଜ ଆବାସିକ ବାସଭବନରେ ସମର୍ଥନ ତଥା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ଏକ ଗୁପ୍ତ ବୈଠକ କରିଥିଲେ । ମାତ୍ର ବୈଠକରେ କୌଣସି ନିଷ୍ପତ୍ତି ନେଇ ସ୍ପଷ୍ଟ ଚିତ୍ର ସମ୍ମୁଖକୁ ଆସିପାରି ନାହିଁ ।

ତେବେ ରାଉରକେଲାର ବିକାଶ ପାଇଁ ଦିଲ୍ଲୀପ ରାୟ ଯେକୌଣସି ନିଷ୍ପତ୍ତି ନେବେ ସେଥିରେ ସେମାନେ ତାଙ୍କ ସହ ମିଶି କାମ କରିବେ ବୋଳି ସମର୍ଥନମାନେ ସାମୁହିକ ଭାବେ ପ୍ରକାଶ କରିଥିଲେ । ବୈଠକରେ ପରେ ଗଣମାଧ୍ୟକୁ ଦେଇଥିବା ସାକ୍ଷାତକାରରେ ଶ୍ରୀ ରାୟ କହିଥିଲେ କି ନା କେବଳ ବିଜେଡି, କଂଗ୍ରେସ ସମେତ ଅନେକ ଦଳ ପକ୍ଷରୁ ତାଙ୍କୁ ଯୋଗଯୋଗ କରାଯାଇଛି । ତେବେ ସମର୍ଥକମାନଙ୍କ ପରାମର୍ଶକୁ ନେଇ ଆଗାମୀ ଫେବୃୟାରୀ ମଧ୍ୟରେ ସେ କୌଣସି ଏକ ନିଷ୍ପତ୍ତି ନେବେ ବୋଲି କହିଥିଲେ ।

ବୈଠକରେ ଉପସ୍ଥିତ ଥିବା ଯୁବ ନେତା ଅବିନାଶ ପ୍ରଧାନ ଆଗାମୀ ନିର୍ବାଚନରେ ଶ୍ରୀ ରାୟ ପୁଣି ଥରେ ରାଉରକଲୋରୁ ପ୍ରାର୍ଥୀତ୍ୱ ଭାବେ ଠିଆ ହେବାର ନିଜ ମତ ରଖିଥିବାବେଳେ ଉପସ୍ଥିତ ଥିବା ସମସ୍ତେ ସମର୍ଥନ କରିଥିଲେ । ଏହି ବୈଠକରେ ରମେଶ ବଳ, କାଳନ୍ଦି ବଡଜେନା, ହରିହର ରାଉରତରାୟ, ବସନ୍ତ ପ୍ରଧାନ ସମେତ ବହୁ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

By amfnews

Related Post