Sun. Oct 18th, 2026

ନିଜ ବାୟୋପିକ୍‌ର ନିର୍ଦ୍ଦେଶନା ଦେବେ କଙ୍ଗନା

377 Views

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ରେ ନଜର ଆସିବା ପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ପୂର୍ବାପେକ୍ଷା ଢେର୍‌ ବଢ଼ିଯାଇଛି। କଙ୍ଗନାଙ୍କ ଆତ୍ମବଳ ଏବେ ଏତେ ବଢ଼ି ଯାଇଛି ଯେ ବଲିଉଡ୍‌ରେ ତିଷ୍ଠି ରହିବା ପାଇଁ ତାଙ୍କୁ ଆଉ କୌଣସି ଗଡ୍‌ଫାଦରଙ୍କର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏବେ ନିଜ ଭବିଷ୍ୟତକୁ ନିଜେ ଗଢ଼ିବାର ସ୍ୱପ୍ନ ଦେଖିଲେଣି କଙ୍ଗନା।

ସୂତ୍ରରୁ ଜାଣିବାକୁ ମିଳିଛି ଯେ କଙ୍ଗନା ରାଣାଓ୍ଵତ ନିଜ ଜୀବନ କାହାଣୀ ଉପରେ ହେବାକୁ ଥିବା ଚଳଚ୍ଚିତ୍ର ଅର୍ଥାତ କଙ୍ଗନା ନିଜ ବାୟୋପିକ୍‌କୁ ନିଜେ ନିର୍ଦ୍ଦେଶନା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ଅଭିନେତ୍ରୀ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ ଚଳିତବର୍ଷ ଅକ୍ଟୋବରରୁ ନଭେମ୍ବରରେ ପରଦାକୁ ଆସିବାକୁ ଥିବା ତାଙ୍କ ବାୟୋପିକ୍‌କୁ ନିର୍ଦ୍ଦେଶନା ଦେବେ ସେ ନିଜେ। ତେବେ ଏହି ଚଳଚ୍ଚିତ୍ରକୁ ଲେଖିବେ ‘ବାହୁବଳୀ’ ଓ ‘ମଣିକର୍ଣ୍ଣିକା’ର ଲେଖକ କେ ଭି ବିଜୟେନ୍ଦ୍ର। କଙ୍ଗନା ମାତ୍ର ୩ ମାସ ତଳେ ତାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର କାହାଣୀ ଲେଖିବା ପାଇଁ ଲେଖକଙ୍କୁ ଅନୁମତି ଦେଇଥିଲେ।

By amfnews

Related Post