Sat. Apr 25th, 2026

ନିଜ ନୂଆ ଫିଲ୍ମର ଫାର୍ଷ୍ଟ ଲୁକ୍‌ ଲଞ୍ଚ୍‌ କଲେ ସଲମାନ୍‌ ଖାନ୍‌

321 Views

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ୍‌ ଖାନ୍‌ କେତେକ ନୂଆ କଳାକାରଙ୍କୁ ନିଜ ପ୍ରଯୋଜିତ ଫିଲ୍ମରେ ବ୍ରେକ୍‌ ଦେଇଛନ୍ତି। ଏବେ ତାଙ୍କର ପ୍ରଯୋଜନା ସଂସ୍ଥା ସଲମାନ୍‌ ଖାନ୍‌ ପ୍ରଡକ୍ସନ୍ସ ବ୍ୟାନରରେ ସେ ନିର୍ମାଣ କରୁଛନ୍ତି ‘ନୋଟ୍‌ବୁକ୍‌’। ଏଥିରେ ସେ ଦୁଇ ଜଣ ନୂଆ ପ୍ରତିଭାଙ୍କୁ ନାୟକ-ନାୟିକା ଭାବେ ବ୍ରେକ୍‌ ଦେଇଛନ୍ତି। ଏ ଦୁହେଁ ହେଲେ ଜାହିର୍‌ ଇକବାଲ୍‌ ଓ ପ୍ରନୂତନ ବହଲ୍‌।

ଜାହିର ହେଉଛନ୍ତି ସଲମାନ୍‌ ଖାନ୍‌ଙ୍କ ଜଣେ ସାଙ୍ଗର ପୁଅ। ସଲମାନ୍‌ ଖାନ୍‌ ନିଜେ ଜାହିରଙ୍କର ଅଡିସନ୍‌ ନେବା ପରେ ତାଙ୍କୁ ‘ନୋଟବୁକ୍‌’ର ହିରୋଭାବେ ମନୋନୀତ କରିଥିଲେ। ଅପରପକ୍ଷରେ ପ୍ରନୂତନ ହେଉଛନ୍ତସି ବିଖ୍ୟାତ ଅଭିନେତ୍ରୀ ନୂତନ ନାତୁଣୀ ତଥା ଜଣାଶୁଣା ଅଭିନେତା ମହନୀଶ ବହଲଙ୍କର ଝିଅ। ସଲମାନ୍‌ ଖାନ୍‌ ‘ନୋଟବୁକ୍‌’ର ଫାର୍ଷ୍ଟ ଲୁକ୍‌ ଟ୍ୟୁଟରରେ ସେଆର୍‌ କରିଛନ୍ତି। ଏହି ଟ୍ଵିଟ୍‌ରେ ସଲମାନ୍‌ ଖାନ୍‌ ଲେଖିଛନ୍ତି,‘ଭେଟ ନ ହୋଇ କ’ଣ ପ୍ରେମ ହୋଇପାରେ? ଏଥିରେ ନବାଗତ ପ୍ରନୂତନ ବହଲ ଓ ଜାହିର ଇକବାଲଙ୍କୁ ଲଞ୍ଚ୍‌ କରାଯାଇଛି। ନିତିନ କକ୍‌ଡ ‘ନୋଟବୁକ୍‌’ର ନିର୍ଦ୍ଦେଶକ ଏହା ଏକ ନିଆରା ପ୍ରେମ କାହାଣୀ ବୋଲି ମଧ୍ୟ ଲେଖିଛନ୍ତି ସଲମାନ୍‌ ଖାନ୍‌। ‘ନୋଟବୁକ୍‌’ ମାର୍ଚ୍ଚ ୨୯ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।

By amfnews

Related Post