Sun. Aug 16th, 2026

ନିଖୋଜ ମହିଳାଙ୍କୁ ହରିୟାନାରୁ ଉଦ୍ଧାର କଲେ ମା’ଘର ସଦସ୍ୟା

223 Views

ମାଲକାନଗିରି : ଗତ ୪ ମାସ ଧରି ନିଖୋଜ ଥିବା ମାଲକାନଗିରି ପୌରପରିଷଦ ଅଧିନସ୍ଥ ମୁଣ୍ଡାଗୁଡା ଗ୍ରାମର ମହିଳା ଲଳିତା ଗୌଡ(୩୦)ଙ୍କୁ ମା’ ଘର ପକ୍ଷରୁ ଉଦ୍ଧାର କରାଯାଇଛି । ଗତ ଚାରି ମାସ ହେଲା ନିଖୋଜ ଥିବା ଲଳିତାଙ୍କୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ଖବର ମିଳିନଥିଲା। ହରିୟାନାର ଟୁହାନ ନାମକ ସ୍ଥାନରେ ଲଳିତା ବୁଲୁଥିବା ବେଳେ ଭାରତ ବିକାଶ ନାମକ ଏକ ସଂସ୍ଥାର ଅନୁପ କୁମାର ନାମକ ଜଣେ ବ୍ୟକ୍ତି ତାଂକୁ ଉଦ୍ଧାର କରିଥିଲେ। ଲଳିତା ସଂପର୍କରେ ଜାଣିବା ପରେ ସେ ଭୁବନେଶ୍ବରର ଗୀତା ପଟନାୟକଙ୍କୁ ସୂଚନା ଦେଇଥିଲେ। ଗୀତା ପଟନାୟକ ମା’ଘରର ରାଜ୍ୟ ସଭାପତି ଋତୁପୂର୍ଣ୍ଣା ମହାନ୍ତିଙ୍କୁ ଏନେଇ ସୂଚନା ଦେଇଥିଲେ। ଋତୁପୂର୍ଣ୍ଣା ମହାନ୍ତି ଏଥିନେଇ ମା’ଘର ମାଲକାନଗିରିର ସଭାପତି ପ୍ରଶାନ୍ତିଲତା ବିଷୋୟୀଙ୍କୁ ସୂଚନା ଦେବା ପରେ ଅନ୍ୟ ସଦସ୍ୟାମାନେ ଲଳିତାଙ୍କ ସଂପର୍କରେ ପୁଲିସକୁ ଜଣାଇଥିଲେ । ପୁଲିସର ସହଯୋଗରେ ମା’ଘରର ସଦସ୍ୟାମାନେ ହରିୟାନର ଟୁହାନ ସହରରେ ପହଞ୍ଚି ଲଳିତାକୁ ଆଜି ମାଲକାନଗିରିକୁ ଆଣିଥିବା ଜଣାପଡିଛି । ମା’ଘର ସଦସ୍ୟା ଦୁଲାଲି ଥଣ୍ଡର, ପୁଷ୍ପା, ମାନସୀଙ୍କ ସମେତ ଅନ୍ୟ ସଦସ୍ୟାମାନେ ଲଳିତାଙ୍କୁ ମୁଣ୍ଡାଗୁଡାସ୍ଥିତ ଘରେ ପହଞ୍ଚାଇଥିଲେ। ଲଳିତାଙ୍କୁ ପାଇବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ମା’ଘରର ଏଭଳି ଜନହିତକର କାମକୁ ପ୍ରଶଂସା କରିଛନ୍ତି।

By amfnews

Related Post