Sat. Aug 15th, 2026
344 Views

ନିଆଳି : କଟକ ଜିଲ୍ଲା ନିଆଳି ଅଞ୍ଚଳରେ କାଉ ମଡ଼କ ଦେଖିବାକୁ ମିଳିଛି। ଗତକାଲି ଅଁଳୋ ପଞ୍ଚାୟତର ଜାମୁଗୋରୋଡି ଗାଁରେ ହଠାତ୍ ଏକାଧିକ କାଉ ମରି ପଡ଼ିଥିଲେ। ବହୁ ସଂଖ୍ୟକ କାଉ ମରିଯିବା ଯୋଗୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ଏନେଇ ନିଆଳି ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ। ଚିକିତ୍ସାଳୟର କର୍ମଚାରୀ ଗାଁରେ ପହଞ୍ଚି ମଲା କାଉର ନମୂନା ସଂଗ୍ରହ କରିଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ,ଗାଁରେ କିଛି ଚାଷୀ ଧାନରେ କୀଟନାଶକ ବ୍ୟବହାର କରିଛନ୍ତି। ଏହି ବିଲର ପାଣି ପିଇ କାଉଙ୍କ ମୃତ୍ୟୁ ହୋଇ ଥାଇପାରେ।

ସେହି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗାଁର ଜଣେ ବ୍ୟକ୍ତିଙ୍କର ଦୁଇଟି ଛେଳିକୁ ବୁଲା କୁକୁର ମାରି ଦେଇଥିଲା। ତେବେ ଏହି ବୁଲା କୁକୁରକୁ ମାରିବାକୁ ଛେଳିର ମୃତଦେହ ଉପରେ ସେ ବିଷ ପକାଇଥିଲେ। ଏହି ମାଂସ ଖାଇ କାଉ ମରୁଥିବା ସନ୍ଦେହ କରାଯାଉଛି। ତେବେ ଏ ନେଇ ପ୍ରାଣୀଧନ ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

By amfnews

Related Post