Thu. Sep 3rd, 2026

ନିଆଁ ଲାଗି ୨୦୦ ମିଟର ଯାଏଁ ପୋଡ଼ିଗଲା ପେଣ୍ଠସ୍ଥିତ ଜିଓଟ୍ୟୁବ୍‌ ପ୍ରକଳ୍ପ

264 Views

କେନ୍ଦ୍ରାପଡ଼ା : ରବିବାର ପ୍ରତ୍ୟୁଷରେ ରାଜନଗର ଅନ୍ତର୍ଗତ ପେଣ୍ଠ ଅଞ୍ଚଳର ସମୁଦ୍ରକୂଳରେ ଥିବା ଜିଓଟ୍ୟୁବ୍‌ ପ୍ରକଳ୍ପରେ ନିଆଁ ଲାଗିଯାଇଛି। ସକାଳେ କେତେକ ସ୍ଥାନୀୟ ଲୋକେ ସେ ଆଡ଼କୁ ଯାଇଥିବା ବେଳେ ଜିଓଟ୍ୟୁବ୍‌ ଜଳୁଥିବା ଦେଖିଥିଲେ।ତୁରନ୍ତ ସ୍ଥାନୀୟ ଲୋକେ ଡକାହକା ହୋଇ ନିଆଁ ଲିଭାଇବା ସହ ଦମକଳକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି। ୩୩ କୋଟି ଟଙ୍କାରେ ନିର୍ମିତ ୫୦୬ ମିଟର ଦୀର୍ଘ ଭାରତର ଏହି ଦ୍ୱିତୀୟ ଜିଓଟ୍ୟୁବ୍‌ ପ୍ରକଳ୍ପର ପ୍ରାୟ ୨୦୦ ମିଟର ପୋଡ଼ି ଯାଇଛି। ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ବାସ୍ତବ କାରଣ ଜଣାପଡ଼ି ନାହିଁ।

By amfnews

Related Post