Tue. Aug 25th, 2026

ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ କାଷ୍ଟ ହାଉସରେ ପୁଣି ଜଣଙ୍କର ମୃତ୍ୟୁ

356 Views

ଅନୁଗୁଳ : ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ କାଷ୍ଟ ହାଉସ ବି ଦୁର୍ଘଟଣାରେ ଆହତ ହୋଇଥିବା ପୁଣି ଜଣଙ୍କର ମୃତ୍ୟୁ। ଏହି ଘଟଣାପାଇଁ ସେଠାରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକଙ୍କର ନାମ ରଜନୀକାନ୍ତ ପରିଡା ବୋଲି ଜଣାଯାଇଛି। ସେ ନାଲକୋରେ ଆପ୍ରେଣ୍ଟିସିପ୍ କରୁଥିଲେ।

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୨୩ ତାରିଖରେ ବେନ୍ତପୁର ଗ୍ରାମର ଗତ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ କାଷ୍ଟ ହାଉସ ବି ବିଭାଗରେ ବିଦ୍ୟୁତ ଫ୍ଲାସ ଓଭରରେ ୪ଜଣ ପୋଡ଼ି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ଏକ ଘରୋଇ ଡାକ୍ତରଖାନାକୁ ଅଣାଯାଇଥିଲା।

ସେଠାରେ ସେମାନେ ଚିକିତ୍ସିତ ହେଉଥିବା ପରେ ୪ଜଣଙ୍କ ମଧ୍ୟରୁ ମିଥୁନ ନାଥଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ବି ବଞ୍ଚି ନଥିଲେ ସେ। ଗତ ତିନି ଦିନ ତଳେ ମିଥୁନଙ୍କ ମୃତ୍ୟୁ ହୋଇଥିଲା। ଆଜି ପୁଣି ଆଉ ଜଣକ ମୃତ୍ୟୁ ହୋଇଛି। ଏଥି ସହ ମୃତ୍ୟୁ ସଂଖ୍ୟା ୨ରେ ପହଁଚିଛି।

By amfnews

Related Post