Sat. May 16th, 2026

ନାବାଳିକା ଯୌନ ନିର୍ଯାତନା ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

179 Views

ଭଦ୍ରକ :  ଆଜି ଏକ ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଭଦ୍ରକ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ଶାହା ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅଭିଯୁକ୍ତ ହେଉଛି ତିହିଡ଼ି ଥାନା ତଳଦପା ଗ୍ରାମର ସ୍ବର୍ଗତ କୃଷ୍ଣ ମଲିକଙ୍କ ପୁଅ କାର୍ତ୍ତିକ ମଳିକ(୩୫)।

ସୂଚନା ଅନୁସାରେ ୨୦୧୭ ମସିହା ମେ ୨୦ ତାରିଖରେ ସମ୍ପୃକ୍ତ ନାବାଳିକା ନିଜ ପଡ଼ୋଶୀ ଘରୁ ଟିଭି ଦେଖିସାରି ଘରକୁ ଫେରୁଥିବା ବେଳେ କାର୍ତ୍ତିକ ତାକୁ ଏକୁଟିଆ ପାଇ ଟେକି ନେଇଥିଲା ଏବଂ ବିଲକୁ ନେଇ ଯୌନ ନିର୍ଯାତନା ଦେଇଥିଲା। ନାବାଳିକା ଘରକୁ ଫେରି ପରିବାର ନିକଟରେ ସମସ୍ତ ଘଟଣା କହିବା ପରେ ତାଙ୍କ ବାପା ଏ ନେଇ ତିହିଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ସ୍ବତନ୍ତ୍ର କେସ୍ ନଂ ୫୭/୧୭ ନଂ ମାମଲା ରୁଜୁ କରି କାର୍ତ୍ତିକକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିଦିନଠାରୁ କାର୍ତ୍ତିକ ଜେଲ୍‌ରେ ଅଛି। ଆଜି ଏହି ଘଟଣାର ବିଚାର କରି ମାନ୍ୟବର ବିଚାରପତି କାର୍ତ୍ତିକକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ପୋକ୍‌ସୋ ଆଇନ ଅନୁଯାୟୀ ଡାକ୍ତରଙ୍କ ରିପୋର୍ଟକୁ ଭିତ୍ତିକରି ଏହି ଦଣ୍ଡାଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି.ପି. କମଳାକାନ୍ତ ମହାପାତ୍ର ଓ ମନୋରଞ୍ଜନ ଦାସ ମାମଲା ପରିଚାଳନା କରୁଥିଲେ।

By amfnews

Related Post