Fri. Sep 11th, 2026

ନାବାଳିକା ଭଉଣୀକୁ ନାବାଳକ ଭାଇର ଦୁଷ୍କର୍ମ ଅଭିଯୋଗ

271 Views

କେନ୍ଦୁଝର : ଭାଇଭଉଣୀ ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଭାଇର ଲୋଲୁପ ଦୃଷ୍ଟିରୁ ନିଜକୁ ରକ୍ଷା କରି ପାରିନି ନାବାଳିକା ଭଉଣୀ।  ଏପରି ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଘଟିଛି। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମଧ୍ୟ ନାବାଳକ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୋମବାର ସଂଧ୍ୟାରେ ନାବାଳିକା ଜଣଙ୍କ ତାଙ୍କର ଜଣେ ସଂପର୍କୀୟ ବଡ଼ବାପାଙ୍କ ଘରକୁ ଫୁଲ ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବା ସୁଯୋଗ ନେଇ ସଂପର୍କୀୟ ଭାଇ କଣ୍ଢେଇ ଦେଖାଇବା ବାହାନାରେ ତାଙ୍କୁ ଘର ଭିତରକୁ ଡାକି ନେଇଥିଲେ। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା। ସେ ବିରୋଧ କରିଥିଲେ ବି ଅଭିଯୁକ୍ତ ତାଙ୍କ କଥା ଶୁଣି ନଥିଲା।  ଏହି ସମୟରେ ଝିଅଟିର ମା’ ସେଠାରେ ପହଞ୍ଚି ଯାଇଥିଲେ ଓ ପାଟିତୁଣ୍ଡ କରିଥିଲେ।

ଏ ଘଟଣା ନେଇ ଝିଅଟିର ପରିବାର ପକ୍ଷରୁ ମଙ୍ଗଳବାର ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ୍‌ ତାଙ୍କ ବୟାନ ରେକର୍ଡ କରିଛି ଓ ଉଭୟଙ୍କର ଡାକ୍ତରୀମାଇନା କରାଇଛି। ସୂଚନାଯୋଗ୍ୟ, ଏହି ନାବାଳକ ଜଣଙ୍କ ଗତ ବର୍ଷ ସାହସିକତା ଲାଗି ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ।

By amfnews

Related Post