Thu. Sep 3rd, 2026

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ସମ୍ପର୍କୀୟ ଭାଇ ଗିରଫ

228 Views

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଗତ ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଟାଉନ ଥାନା ପୁଲିସ୍‌ ତାଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି।

ବୁଧବାର ସନ୍ଧ୍ୟାରେ ୧୫ ବର୍ଷୀୟା ନାବାଳିକାଜଣକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ପୀଡ଼ିତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ଯାଇଥିଲେ। ଏହାପରେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଟାଉନ ଥାନା ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ବାପୁନ ଦାସ(୨୬)କୁ ଗତ ରାତିରେ ଗିରଫ କରିଥିଲା।  ଆଜି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଟାଉନ ଥାନାଧିକାରୀ କହିଛନ୍ତି।

By amfnews

Related Post