Wed. Sep 30th, 2026

ନାବାଳକମାନଙ୍କ ସହ ଯୌନ ଅସଦଚରଣ କରୁଥିବା ଅଭିଯୋଗରେ ପୂଜାରି ଗିରଫ

225 Views

ତିରୁବନନ୍ତପୁରମ୍‌ : ନାବାଳକମାନଙ୍କ ସହ ଯୌନ ଅସଦାଚରଣ କରିଥିବା ଅଭିଯୋଗରେ କେରଳ ପୁଲିସ୍‌ ରବିବାର ଜଣେ ପୂଜାରିଙ୍କୁ ଗିରଫ କରିଛି। ୪୦ ବର୍ଷିଅ ଅଭିଯୁକ୍ତ ପୂଜାରି ଜଣକ କୋଚିଠାରେ ଥିବା ‘ବାଳ ସୁଧାର ଗୃହ’ ଭିତରେ ପଶି ନାବାଳକମାନଙ୍କ ସହ ବଳପୂର୍ବର ଏପରି କରି ଆସୁଥିବା ଅଭିଯୋଗ ହୋଇଛି।

ଗତ ରାତିରେ ‘ବାଳ ସୁଧାର ଗୃହ’ ଭିତରୁ କିଛି ପୀଡ଼ିତ ବାହାରକୁ ପଳାଇ ଆସି ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ସେମାନଙ୍କ ସମସ୍ୟା କହିବା ପରେ ଏହ ଘଟଣା ସାମ୍ନାକୁ ଆସିଛି। ସେମାନଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ଲୋକେ ସେମାନଙ୍କୁ ନିଜ ନିଜର ଫୋନ୍‌ ବ୍ୟବହାର କରିବାକୁ ଦେଇଥିଲେ। ସେମାନେ ଫୋନ୍‌ ଯୋଗେ ନିଜ ନିଜର ଅଭିଭାବକ ଓ ପୁଲିସ୍‌କୁ ସୂଚନା ଦେବା ପରେ ପୁଲିସ୍‌ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା।

ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ପୂଜାରି ଜଣକ ୨୦୧୮ ମସିହାରୁ ଏପରି କୁକର୍ମ କରି ଆସୁଛନ୍ତି। ପୂଜାରିଙ୍କ ବିରୋଧରେ ନାବାଳକଙ୍କ ବାପାମାଆ ଅଭିଯୋଗ ଆଣିବା ପରେ ମାମଲା ରୁଜ୍ଜୁ ହୋଇଛି। ଗତ ଛଅ ମାସ ହେବ ଚୁପ୍‌ ରହିଥିବା ଅନ୍ୟ ପୀଡ଼ିତମାନେ ବି ପୂଜାରିଙ୍କ ବିରୋଧରେ ମୁହଁ ଖୋଲିପାରନ୍ତି ବୋଲି ଆଶା କରାଯାଉଛି।

By amfnews

Related Post