Thu. Aug 13th, 2026

ନାଗରିକତା ସଂଶୋଧନ ବିଲ୍‌କୁ ସାମ୍ପ୍ରଦାୟିକ ଓ ଅସାମ୍ବିଧାନିକ କହି ଚାକିରି ଛାଡ଼ିଲେ ମହାରାଷ୍ଟ୍ର ଆଇପିଏସ୍‌ ଅବ୍ଦୁର୍‌ ରହମନ୍‌

318 Views

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ପ୍ରତିବାଦସ୍ୱରୂପ ବୁଧବାର ଦିନ ମହାରାଷ୍ଟ୍ର କ୍ୟାଡର୍‌ର ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଅବ୍ଦୁର୍‌ ରହମନ ଚାକିରି ଛାଡ଼ି ଦେଇଛନ୍ତି।

ବୁଧବାର ଦିନ ରାଜ୍ୟସଭାରେ ଏହି ବିଲ୍‌ ଅନୁମୋଦନ ଲାଭ କରିବା ପରେ ଏହାକୁ ସାମ୍ପ୍ରଦାୟିକ ଏବଂ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ବିରୋଧୀ କହି ରହମନ୍‌ ନିଜର ଇସ୍ତଫା ଘୋଷଣା କରିଥିଲେ। ବରିଷ୍ଠ ପୁଲିସ ଅଧିକାରୀ ରହମନ୍‌ କହିଛନ୍ତି ଯେ ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ଆଇନ ଅମାନ୍ୟ କରି ଗୁରୁବାର ଦିନ ଠାରୁ ସେ ଅଫିସକୁ ଯିବେନାହିଁ।

ଟୁଇଟ୍‌ କରି ରହମନ୍‌ କହିଛନ୍ତି: ନାଗରିକତା ସଂଶୋଧନ ବିଧେୟକ ୨୦୧୯ ହେଉଛି ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ବିରୋଧୀ। ମୁଁ ଏହି ବିଧେୟକକୁ ନିନ୍ଦା କରୁଛି। ଆଇନ ଅମାନ୍ୟପୂର୍ବକ ମୁଁ ଚାକିରିକୁ ଯିବି ନାହିଁ ବୋଲି ସ୍ଥିର କରିଛି। ତେଣୁ ମୁଁ ଆସନ୍ତାକାଲି ଠାରୁ ଅଫିସକୁ ଯିବି ନାହିଁ। ଶେଷରେ ମୁଁ ଚାକିରି ଛାଡୁଛି। ମୁଁ ଚାକିରି କରେ ବୋଲି ଯେଉଁମାନେ ଚାହୁଁଛନ୍ତି ସେମାନଙ୍କ ନିକଟରେ ମୁଁ ଦୁଃଖ ପ୍ରକାଶ କରି ବଞ୍ଚିତ ଜନତାଙ୍କ ପାଇଁ ନ୍ୟାୟ ଦେବାକୁ ଚାହୁଁଛି।

ମହାରାଷ୍ଟ୍ର ମାନବିକ ଅଧିକାର କମିସନର ଅଧ୍ୟକ୍ଷଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଅକ୍ଟୋବର ୨୦୧୯ରେ ସେ ଭିଆର୍‌ଏସ୍‌ ପାଇଁ ଆବେଦନ କରିଥିଲେ, କିନ୍ତୁ ଗୃହ ବ୍ୟାପାର ମନ୍ତ୍ରାଳୟ ତାହା ଗ୍ରହଣ କରି ନ ଥିଲା। ଏ ପ୍ରସଙ୍ଗରେ ସେ ଅଦାଲତର ଆଶ୍ରୟ ନେଇଛନ୍ତି ଏବଂ ମାମଲା ଅଦାଲତରେ ପଡ଼ିରହିଛି।

By amfnews

Related Post