Sun. Apr 26th, 2026

‘ନାଗରିକତା ସଂଶୋଧନ ବିଲକୁ ବିରୋଧ କରୁଥିବା ସାଂସଦ ପାକିସ୍ତାନର ଭାଷା କହୁଛନ୍ତି’

215 Views

ନୂଆଦିଲ୍ଲୀ: ରାଜ୍ୟସଭାରେ ନାଗରିକତା ବିଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଗତ କରିଛନ୍ତି। ଏହା ପୂର୍ବରୁ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ସାଂସଦଙ୍କୁ ସମ୍ୱୋଧନ କରିଛନ୍ତି। ଏହି ବିଲକୁ ବିରୋଧ କରୁଥିବା କିଛି ବିରୋଧୀ ସାଂସଦଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ବିରୋଧୀ ଦଳର କିଛି ସାଂସଦ ଏଠାରେ ପାକିସ୍ତାନର ନାରାକୁ ଦୋହରାଉଛନ୍ତି। ଏହି ବିଧେୟକ ଦେଶର ହିତରେ ଏହାଦ୍ୱାରା ଶରଣାର୍ଥୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି ବୋଲି ସେ କହିଛନ୍ତି।

ଏହି ବିଲ୍ ଦେଶର ହିତରେ ଆସିଛି। ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଦଳର ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଧେୟକ ଐତିହାସିକ ଆଇନରେ ପରିଣତ ହେବ। ବୈଠକରେ ମୋଦି ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ୧୯୫୫ ମସିହାର ଏହି ନାଗରିକତା ବିଲକୁ ସଂଶୋଧନ କରାଯାଇ ସୋମବାର ଲୋକସଭାରେ କେନ୍ଦ୍ର ସରକାର ଆଗତ କରିଥିଲେ। ସେଠାରେ ଏହି ବିଲ ପାରିତ ହୋଇଯାଇଛି। ଆଜି ଏହି ବିଲ ରାଜ୍ୟସଭାରେ ପାସ ହେବା ପରେ ବିଲଟି ଆଇନରେ ପରିଣତ ହେବା ପାଇଁ ସମସ୍ତ ରାସ୍ତା ପରିଷ୍କାର ହୋଇଯିବ।

୨୦୧୬ରେ ଏହି ବିଲ୍ ଆସିଥିଲା। ହେଲେ ରାଜ୍ୟସଭାରେ ଏହି ସଂଶୋଧିତ ବିଧେୟକ କାଟ୍ ଖାଇଥିଲା।

By amfnews

Related Post