Fri. May 22nd, 2026

ନାଗରିକତା ବିଲ୍‌ ରାଜ୍ୟସଭାକୁ ଆସିବା ଆଗରୁ ରାହୁଳ ଗାନ୍ଧୀ କହିଲେ: ‘ଉତ୍ତରପୂର୍ବ ଉପରେ ଅପରାଧିକ ଆକ୍ରମଣ’

248 Views

ନୂଆଦିଲ୍ଲୀ: ବୁଧବାର ଦିନ ରାଜ୍ୟସଭାରେ ନାଗରିକତା (ସଂଶୋଧନ) ବିଲ୍‌ ‘ସିଏବି’ ଆଗତ ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହା ଉତ୍ତରପୂର୍ବ ଉପରେ ଅପରାଧିକ ଆକ୍ରମଣ।

ଟୁଇଟର୍‌ରେ ଗାନ୍ଧୀ କହିଛନ୍ତି: ଉତ୍ତରପୂର୍ବକୁ ଜାତିଗତ ଭାବେ ସଫା କରିବା ପାଇଁ ‘ସିଏବି’ ହେଉଛି ମୋଦୀ-ଶାହା ସରକାରଙ୍କର ଗୋଟାଏ ଉଦ୍ୟମ। ଏହା ହେଉଛି ଉତ୍ତର ପୂର୍ବ ରାଜ୍ୟ, ସେମାନଙ୍କର ଜୀବନଯାପନ ଧାରା ଏବଂ ଭାରତର ବିଚାରଧାରା ଉପରେ ଅପରାଧିକ ଆକ୍ରମଣ। ମୁଁ ଉତ୍ତରପୂର୍ବ ଲୋକମାନଙ୍କ ଦୁଃଖରେ ସମଦୁଃଖୀ ଏବଂ ସେମାନଙ୍କ ସେବା ନିମନ୍ତେ ମହଜୁଦ ଅଛି।

ଆଜି କେନ୍ଦ୍ର ସରକାର ରାଜ୍ୟସଭାରେ ଏହି ବିଧେୟକ ଆଗତ କରିବେ ଏବଂ ଏହାକୁ ଗୃହୀତ କରାଇବାରେ ସଫଳ ହେବ ବୋଲି ଦୃଢ଼ବିଶ୍ୱାସ ରଖିଛନ୍ତି। ବିଜେପି ଛଡ଼ା ଏହା ସହ ମେଣ୍ଟ କରି ନ ଥିବା ଏଆଇଏଡିଏମ୍‌କେ, ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାଟି ଏବଂ ବିଜୁ ଜନତା ଦଳ ମଧ୍ୟ ଏହି ବିଧେୟକକୁ ସମର୍ଥନ କରୁଛନ୍ତି।

By amfnews

Related Post