Fri. Jun 12th, 2026

ନବୀନ ନିବାସ ପାଖରେ ଆତ୍ମାହୁତି ଉଦ୍ୟମ

353 Views

ଭୁବନେଶ୍ୱର  : ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶନିବାର ପୂର୍ବାହ୍ନ ୧୧ଟା ବେଳେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ପାଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି।

ସେ ବ୍ୟକ୍ତିଜଣକ ହେଉଛନ୍ତି କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ଥାନା ଅଞ୍ଚଳର ପହଙ୍ଗା ଗ୍ରାମ ନିବାସୀ ୩୮ ବର୍ଷିୟ ରଘୁନାଥ ଓଝା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିବା ଦରଖାସ୍ତରେ ଉଲ୍ଲେଖ ଅଛି ଯେ ସେପ୍ଟେମ୍ବର ୧୧ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତାଙ୍କ ଗ୍ରାମର କେତେକ ଲୋକ ଦଳବଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏ ସଂକ୍ରାନ୍ତରେ ସେ ନିଆଳୀ ଥାନାରେ ଅଭିଯୋଗ କରିବାକୁ ଯିବାରୁ ଚିକିତ୍ସା ନିମନ୍ତେ ଥାନା ଅଧିକାରୀ ତାଙ୍କୁ ପ୍ରଥମେ ନିଆଳୀ ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ।

ସେଦିନ ସନ୍ଧ୍ୟା ୭ଟାରେ ସେ ଏତଲା ଦେଇଥିଲେ, କିନ୍ତୁ ଥାନା ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେ ଅଡ଼ସପୁର ଏସ୍‌ଡିପିଓ, ଗ୍ରାମାଞ୍ଚଳ ଏସ୍‌ପି, ଡିଆଜି ରେଞ୍ଜ୍‌ ଏବଂ ପୁଳିସ ମହାନିର୍ଦେଶକଙ୍କୁ ଏ ସଂକ୍ରାନ୍ତରେ ଜଣାଇ ମଧ୍ୟ କୌଣସି ସୁଫଳ ନ ପାଇବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପେଟ୍ରୋଲ୍‌ ଢାଳିହୋଇ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ। ଘଟଣାସ୍ଥଳରୁ ପୁଲିସ ରଘୁନାଥଙ୍କୁ ଧରି ଥାନାକୁ ନେଇଛି।

By amfnews

Related Post