Wed. Jul 1st, 2026

ନବବର୍ଷ ଉପଲକ୍ଷେ ରାଉରକେଲା କଂଗ୍ରେସର ବନ୍ଧୁମିଳନ

356 Views

ରାଉରକେଲା, ୨ା୧ : ଆଜି ସେକ୍ଟର-୨୧ ସ୍ଥିତ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ରବି ରାୟଙ୍କୁ ସମସ୍ତ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ନୂତନ ବର୍ଷର ଅଭିନନ୍ଦନ ତଥା ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ବନ୍ଧୁମିଳନରେ ବାସୁ ବାନାର୍ଜୀ ସଭା ପରିଚାଳନା କରିଥିଲେ ।

ସମସ୍ତ ଦଳୀୟ କର୍ମୀ ଆନନ୍ଦ, ଉଲ୍ଲାସ ପରିବେଶରେ ପରସ୍ପରକୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ପ୍ରାରମ୍ଭରେ ଉପସଭାପତି ଅଜିତ ସାମଲ, ଜେ.ଏନ୍. କୁମାର, ଦୀନବନ୍ଧୁ ଭୋଳ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଝାରସୁଗୁଡା ପ୍ରଭାରୀ ପ୍ରମୋଦ ପ୍ରଧାନ, ରାଜ୍ୟ ସମ୍ପାଦକ ରଶ୍ମୀ ରଞ୍ଜନ ପାଢୀ, ବରିୟମ ସିଂ, କୀର୍ତ୍ତନ ଦାସ, ଲତା ନାଏକ, ଇଜାଜ ଅଖତର, ରବି ବଞ୍ଜ, ସୋମନାଥ ପଣ୍ଡା, ବି.ରୀନା, ନିରୁପମା ବଳିୟାରସିଂ, ଗୋପାଳ ଦାସ, ସନ୍ତୋଷ ତନ୍ତୀ, ଗଜେନ୍ଦ୍ର ତନ୍ତୀ, ଚୈତନ୍ୟ ନାୟକ, ହାବୁ ପଣ୍ଡା ଗିରିଜା ମିଶ୍ର, ସହଦେବ ପାଲ, ମାନୁ ସାମଲ, ଦୁଃସା ନାଏକ, ଆନନ୍ଦ ରାୟ, ପୁରୁଷୋତ୍ତମ ପାତ୍ର, ଏମ୍ଡି ସୋଏବ, ବିସ୍ମୟ ଦାସ, ପ୍ରେମଲାଲ ନାଗ ଓ ଭାସ୍କର ଖିଲାର ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ ସିଂ, ରଘୁ ଦାସ, ଛବି ଦାସ, ଗୀତା ସିଂ, ବିନ୍ଦା ପ୍ରସାଦ, ବନମାଳୀ ବିଶୋୟୀ, ରମେଶ ଗୁପ୍ତା, ଆପୁ ନାଏକ, ମଝିଆ ପ୍ରଧାନ, ପ୍ରଦୀପ ବେହେରା, ସୌମ୍ୟ ନାୟକ, ସନ୍ଦୀପନ ମହାପାତ୍ର, ଆଶିଷ ଲାକ୍ରା, ଧର୍ମା ନାଏକ, ଅମିତ କୁମାର, ସରସ୍ୱତୀ ଭୂମିଜ, ସହଦେବ ଭୂମିଜ, ସୁକାନ୍ତି ପାତ୍ର, ରୀତା ଲାକ୍ରା, ନିଶା କୁମାରୀ, ମଞ୍ଜୁ ତାଣ୍ଡି ଉପସ୍ଥିତ ଥିବାବେଳେ ଘନଶ୍ୟାମ ସୁନା ଧନ୍ୟବାଦ ଦେଇଥିଲେ ।

By amfnews

Related Post