Fri. Aug 14th, 2026

ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ, ଆଗ୍ରା ଶାଖା

527 Views

ଲକ୍ଷ୍ନୋ: ପୂର୍ବ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମୁଣ୍ଡ ଯିଏ ଆଣିଦେବ ତାଙ୍କୁ ୫ ଳକ୍ଷ ଟଙ୍କା ପୁରସ୍କାର ଦିଆଯିବ। ରାଷ୍ଟ୍ରୀୟ ବଜରଙ୍ଗ ଦଳର ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଇଥିିବା ବେଳେ ପୂର୍ବ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧ ପାକ୍‌ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜ୍‌ଓ୍ଵାଙ୍କୁ ଆଲିଙ୍ଗନ କରିବା ନେଇ ବିବାଦ ଥମିବାର ନାଁ ନେଉ ନାହିଁ।। ସିଦ୍ଧୁଙ୍କର ଏଭଳି କାର୍ଯ୍ୟଦ୍ୱାରା ସେ ଭାରତୀୟ ସେନାବାହିନୀକୁ ଅପମାନିତ କରିଛନ୍ତି ବୋଲି କହି ବିହାରର ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ତେବେ ଏହି ବିବାଦରେ ନିଆଁ ଢ଼ାଳିଛି ରାଷ୍ଟ୍ରୀୟ ବଜରଙ୍ଗ ଦଳର ଆଗ୍ରା ଶାଖା।

ରାଷ୍ଟ୍ରୀୟ ବଜରଙ୍ଗ ଦଳ, ଆଗ୍ରା ଶାଖାର ସଭାପତି ସଞ୍ଜୟ ଜାଟ୍‌ଙ୍କ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା। ଏହି ଭିଡିଓରେ ଯିଏ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମୁଣ୍ଡ ଆଣି ଦେବ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବଲି ଶ୍ରୀ ଜାଟ୍‌ କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ସଞ୍ଜୟ ଜାଟ୍‌ ଅଭିଯୋଗ କରିଛନ୍ତି ଯେ ନବଜ୍ୟୋତ ସିଂହ ସିଦ୍ଧୁ ଇମ୍ରାନ ଖାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଓ ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ କରି ଭାରତୀୟମାନଙ୍କୁ ଧୋକ୍କା ଦେଇଛନ୍ତି। ଜାଟ୍‌ ଅଭିଯୋଗ କରିଛନ୍ତି ଯେ ଭାରତୀୟ ସେନାର ରକ୍ତପିପାସୁ ଏକ ସରକାରଙ୍କୁ ସିଦ୍ଧୁୁ ସମର୍ଥନ କରିଛନ୍ତି। ସିଦ୍ଧୁ ଏହା କରି ଜଣେ ଶିଖ ଭାବେ ଗୁରୁ ଗୋବିନ୍ଦ ସିଂହଙ୍କ ଶିକ୍ଷାକୁ ଅବମାନନା କରିଛନ୍ତି ବୋଲି ଶ୍ରୀ ଜାଟ୍‌ ଅଭିଯୋଗ କରିଛନ୍ତି।

By amfnews

Related Post