Fri. Jun 26th, 2026

ନବକୃଷ୍ଣ ନଗର ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

466 Views

ରାଉରକେଲା, ୨୯/୭ : ସବୁଜ ଓଡିଶା ଓ ସବୁଜ ହକି ବିଶ୍ୱକପ-୨୦୧୮ ଉଦ୍ଦେଶ୍ୟରେ ରାଜ୍ୟ ବିଜୁ ଯୁବ ବାହିନୀ ପକ୍ଷରୁ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୮ ବିଜୁ ଯୁବ ବାହିନୀ ପକ୍ଷରୁ ନବକୃଷ୍ଣନଗରର ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଛି । ସ୍ଥାନୀୟ ବିଜୁ ଯୁବ ବାହିନୀ ସଭାପତି ପ୍ରଦୀପ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସୋନାପର୍ବତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ବିଜୁ ଯୁବ ବାହିନୀର ସ୍ଥାନୀୟ କାର୍ଯ୍ୟକ୍ରମ ଅଧିକାରୀ ସ୍ୱରାଜ ପରିଡାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ସମ୍ପ୍ରତି ଅଞ୍ଚଳକୁ ସବୁଜ ଓ ସୁନ୍ଦର କରିବା ପାଇଁ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିସହ ବୃକ୍ଷ ରୋପଣର ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ଏ କ୍ଷେତ୍ରରେ ଯୁବ ଓ ଛାତ୍ରଛାତ୍ରୀଙ୍କ ଗୁରୁଦାୟିତ୍ୱ ତଥା ନିଷ୍ଠାପୂର୍ଣ୍ଣ କର୍ତ୍ତବ୍ୟ ରହିଛି ।

ଏଥିସହ ଏହି ମହତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ପ୍ରବର୍ତ୍ତାଇ ସାମିଲ୍ କରିବା ପାଇଁ ସୁଚିନ୍ତିତ ପରାମର୍ଶ ମଧ୍ୟ ଦେଇଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ଗୋଟିଏ ଚାରା ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଉମା ଚରଣ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ ।

ଓଲ୍ଡ ରାଉରକେଲା ଏଜୁକେସନ ସୋସାଇଟି ପରିସରରେ ମଧ୍ୟ ଚାରା ରୋପଣ କରାଯାଇଥିଲା । ଏଥିରେ ସମାଜସେବୀ ଚଗଲା ସୂତାର, କେଶବ ରାଉତ, ରମେଶ ଚନ୍ଦ୍ର ନାୟକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ବିପିନ ସିହ୍ନା, ଅମରନାଥ ରାଉତ, ଲକ୍ଷ୍ମୀଧର ସ୍ୱାଇଁ, କମ୍ୟୁନିଷ୍ଟ ଗୌଡ, ସହଦେବ ମହାନ୍ତି, ମମତା ସାମନ୍ତରାୟ, କର୍ପୁରମ ରଥ, ଭଗବାନ ଜେନା, ଜ୍ୟୋତ୍ସ୍ନାରାଣି ବେହେରା ଉପସ୍ଥିତ ରହି ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନରେ ଯୁବ ବାହିନୀର ସଂଜିତ ରାଉତ, ସୁଜିତ ସିହ୍ନା, ପ୍ରତାପ ସାମଲ, ଅଜିତ ଖମାନି, ଇତିଶ୍ରୀ ପଟ୍ଟନାୟକ, ଇତିଶ୍ରୀ ଦାସ, ଅମିୟ ଦାସ, ପ୍ରତାପ ଓଝା,  ସୁଶାନ୍ତ ମହାନ୍ତି, ଉମାକାନ୍ତ ପ୍ରଧାନ, ସୌମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related Post