Mon. Jul 27th, 2026

ନନ୍ଦନକାନନରେ ଆନାକୋଣ୍ଡା ମଡ଼କ, ୩ ଦିନରେ ମଲେଣି ୨ଟି ଆନାକୋଣ୍ଡା

295 Views

ଭୁବନେଶ୍ୱର: ନନ୍ଦନକାନନରେ ଆଖିବୁଜିଲା ଆଉ ଏକ ଆନାକୋଣ୍ଡା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ତେବେ ଗତ ୩ ଦିନ ଭିତରେ ନନ୍ଦନକାନନରେ ୨ଟି ଆନାକୋଣ୍ଡା ଜୀବନ ହାରିଲେଣି । ଏବେ ଆଉ ୪ଟି ଅସୁସ୍ଥ ଆନାକୋଣ୍ଡା ଚିକିତ୍ସାଧୀନ ଥିବା ବେଳେ ୪ ଅସୁସ୍ଥ ଆନାକୋଣ୍ଡା ସମେତ ନନ୍ଦନକାନନରେ ମୋଟ ୬ଟି ଆନାକୋଣ୍ଡା ଅଛନ୍ତି ।ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ କେନ୍ଦ୍ର ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୩ ଦିନ ଭିତରେ ୨ଟି ଆନାକୋଣ୍ଡାର ମୃତ୍ୟୁ ଘଟିଲାଣି ।

ତେବେ ଆନାକୋଣ୍ଡାର ମୃତ୍ୟୁର କାରଣର ଅସ୍ପଷ୍ଟ ରହିଛି । ଏହି ଆନାକୋଣ୍ଡାକୁ ଗତ ଅକ୍ଟୋବର ୨୨ରେ ତାମିଲନାଡୁର ଚେନ୍ନାଇସ୍ଥିତ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ୮ଟି ଆନାକୋଣ୍ଡା ସାପ ଓ ୩ଟି ନୀଳ ନଦୀ କୁମ୍ଭୀର ଅଣାଯାଇଥିଲା ।

ଏବେ ଜୀବିତ ୬ଟି ଆନାକୋଣ୍ଡା ମଧ୍ୟରୁ ୪ଟି ଆନାକୋଣ୍ଡା ଅସୁସ୍ଥ ଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଏଠାରେ ସୂଚନା ଥାଉ କି ସୂଚନାଯୋଗ୍ୟ ନନ୍ଦନକାନନରେ ମୋଟ ଜୀବ ପ୍ରଜାତି ୧୫୭ରେ ପହଞ୍ଚିଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଠ କରିବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସବୁବେଳେ ଉଦ୍ୟମ କରୁଛନ୍ତି। ସେଥିପାଇଁ ବାହାର ରାଜ୍ୟରୁ ନୂଆ ନୂଆ ପ୍ରଜାତିର ଜୀବଜନ୍ତୁ ଆଣୁଛନ୍ତି।

By amfnews

Related Post