Thu. Oct 15th, 2026

ନକଲି ନୋଟ୍‌ କାରବାର: ୩ ଯୁବକ ଗିରଫ

258 Views

Aug 6, 2018

ହେମଗିର : ଜାଲ୍‌ନୋଟ୍‌ କାରବାରରେ ସମ୍ପୃକ୍ତ ୩ ଯୁବକ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୩ଟି ୫ଶହ ଟଙ୍କିଆ ନୋଟ୍‌, କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ ହୋଇଛି। ଏକ ମୋବାଇଲ୍‌ ଦୋକାନରେ ସେମାନେ ଜାଲ୍‌ ନୋଟ୍‌ ପ୍ରସ୍ତୁତ କରୁଥିଲେ। ହେମଗିର କେନ୍ଦୁଡିହିସ୍ଥିତ ସଦାନନ୍ଦ ଖମାରୀ (୨୫)ଙ୍କ ମୋବାଇଲ୍‌ ଦୋକାନରେ ଜାଲ୍‌ ନୋଟ ପ୍ରସ୍ତୁତ ହେଉଥିବା ଖବର ପାଇ ପୁଲିସ ଆଜି ଚଢଉ କରିଥିଲା।

ଦୋକାନୀ ସଦାନନ୍ଦଙ୍କ ସମେତ ବରୁଣ ଖମାରୀ (୧୯) ଓ ପ୍ରକାଶ ଖମାରୀ (୩୩)ଙ୍କୁ ଗିରଫ କରାଯାଇଛି। ଛତିଶଗଡ଼ରୁ ଜାଲ୍‌ ନୋଟ୍‌ ପେପର, କାଳି ଓ ପ୍ରିଣ୍ଟର ଆଣି ନକଲି ନୋଟ୍‌ ପ୍ରସ୍ତୁତ ହେଉଥିଲା।

By amfnews

Related Post