Fri. Jul 3rd, 2026
209 Views

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁରରୁ ଜଣେ ନକଲି ତହସିଲଦାର ଗିରଫ ହୋଇଛନ୍ତି। ତାଙ୍କ ନାଁ ଖଗେଶ୍ୱର ଓରଫ ପୃଥୀରାଜ ପ୍ରଧାନ। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି।

ଗତ ମେ’ ମାସରେ ଅଡ଼ାପାଣି ଗାଁର ରବିଶଙ୍କର ପାରେ ନିଜ ଟ୍ରାକ୍ଟରରେ ବାଲି ନେଇ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ସେମାନଙ୍କ ମଧ୍ୟରେ ଖଗେଶ୍ୱର ଥିଲେ। ସେ ନିଜକୁ ଝାରବନ୍ଧର ତହସିଲଦାର ବୋଲି ପରିଚୟ ଦେଇଥିଲେ।  ଏଥିସହ ବାଲି ନେଉଥିବାରୁ ଖଜଣା ନାଁରେ ରବିଶଙ୍କରଙ୍କ ଠାରୁ ୨୩ ହଜାର ଟଙ୍କା ଠକି ନେଇ ଯାଇଯାଇଥିଲେ। ପରେ ରବିଶଙ୍କର ଠକେଇ ବିଷୟରେ ଜାଣିଥିଲେ ଓ ଜଗଦଲପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଉକ୍ତ ଯୁବକମାନଙ୍କୁ ଖୋଜୁଥିବା ବେଳେ ଗତକାଲି ଖଗେଶ୍ୱରଙ୍କ ବିଷୟରେ କୌଣସି ସୂତ୍ରରୁ ସୂଚନା ପାଇଥିଲା ଏବଂ ଚଢ଼ଉ କରି ଗିରଫ କରିଥିଲା। ଗିରଫ କରି ପଚରାଉଚରା କରିବା ପରେ ପୁଲିସ୍ ତାଙ୍କୁ କୋର୍ଟ ଚାଲାଣ କରିଛି।

By amfnews

Related Post