Fri. Jun 12th, 2026

ନକଲି କସମେଟିକ୍ସ ସାମଗ୍ରୀ ବିକ୍ରି ଅଭିଯୋଗରେ ଆମାଜନ, ଫ୍ଲିପକାର୍ଟକୁ ନେଟିସ ଜାରି

254 Views

ନୂଆଦିଲ୍ଲୀ, ଅକ୍ଟୋବର ୨୪ : ଦେଶର ଔଷଧି ନିୟାମକ ଡିସିଜିଆଇ (ଡ୍ରଗସ୍‌ କଣ୍ଟ୍ରୋଲ ଜେନେରାଲ ଅଫ୍‌ ଇଣ୍ଡିଆ) ଦେଶ-ବିଦେଶର ଅନେକ ଗୁଡ଼ିଏ କସ୍‌ମେଟିକ୍ସ ଉତ୍ପାଦନ କମ୍ପାନୀ ନାମରେ ନକଲି ଓ ମିଶ୍ରିତ ସାମଗ୍ରୀ ବିକିବା ଅଭିଯୋଗରେ ଇ-କମର୍ସ କମ୍ପାନୀ ‘ଆମାଜନ ଓ ଫ୍ଲିପକାର୍ଟ’କୁ ନୋଟିସ ଜାରି କରିଛି ଡିସିଜିଆଇ ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସରେ ଆଦେଶ ଦେଇଛି। ତ୍ରୁଟି ପାଇଲେ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ମଧ୍ୟ ଦେଇଛି।

ସୂଚନାଯୋଗ୍ୟ ଔଷଧି ନିରୀକ୍ଷକ ଗତ ଅକ୍ଟୋବର ୫ ରୁ ୬ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହା ପରେ ଭାରତୀୟ ଔଷଧି ନିୟନ୍ତ୍ରକ ନୋଟିସ ଜାରି କରିଛି। ଚଢ଼ାଉ ସମୟରେ ବିନା ମଞ୍ଜୁରିପ୍ରାପ୍ତ ଲାଇସେନ୍ସରେ ଦେଶରେ ଉତ୍ପାଦିତ କସମେଟିକ୍ସ ସାମଗ୍ରୀ ପଞ୍ଜିକରଣ ପ୍ରମାଣପତ୍ର ବିନା କସ୍‌ମେଟିକ୍ସ ଆମଦାନୀ ହୋଇଥିବା କଚ୍ଚା ସାମଗ୍ରୀ ଧରାଯାଇଥିଲା।

ଧରାପଡ଼ିଥିବା ସାମଗ୍ରୀକୁ ଏହି ଇ-କମର୍ସ କମ୍ପାନୀମାନେ ୱେବସାଇଟ ମାଧ୍ୟମରେ ବିକ୍ରି କରୁଥିଲେ। ବିନା ମଞ୍ଜୁରୀରେ ଏହି ଉତ୍ପାଦନକୁ ବିକ୍ରି ଉପରେ ମୌଦ୍ରିକ ଜରିମାନା ଠାରୁ ଜେଲ ଦଣ୍ଡ ପର‌୍ୟ୍ୟନ୍ତ ବ୍ୟବସ୍ଥା ଅଛି। ଏ ସଂପର୍କରେ ଆମାଜନ ଇଣ୍ଡିଆର ମୁଖପାତ୍ର ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛି, ଯେତେବେଳେ ବି ଏଭଳି ମାମଲା ସାମ୍ନାକୁ ଆସିଛି, କମ୍ପାନୀ ନକଲି ଅଥବା ବେଆଇନ ସାମଗ୍ରୀ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ସେ କହିଛନ୍ତି, ଆମାଜନ ବୁବେଳେ ଗ୍ରାହକଙ୍କ ସ୍ୱାର୍ଥକୁ ଚିନ୍ତା କରିଥାଏ ଏବଂ ଉଚ୍ଚ ଗୁଣଯୁକ୍ତ ସାମଗ୍ରୀ ବିକ୍ରି କରଥାଏ।

By amfnews

Related Post