Sat. Sep 12th, 2026

ଧାମରାରେ ନିଖୋଜ ୧୧ ମତ୍ସ୍ୟଜୀବୀଙ୍କ ସନ୍ଧାନ କରୁଛି ଦୁଇଟି ବୋଟ୍

243 Views

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରାରେ ଡଙ୍ଗା ବୁଡିବା ଫଳରେ. ୧୧ଜଣ ମତ୍ସ୍ୟଜୀବୀ ପାଣିରେ ବୁଡ଼ିଯାଇଥିବାର ଆଶଙ୍କା କରାଯାଇଥିଲା। ହେଲେ ସେମାନେ ରାତିରେ ପହଁରି ପହଁରି କାଳି ଭଂଜିଆ ଜଙ୍ଗଲରେ ପହଞ୍ଚିଥିବାର ସୂଚନା ମିଳିଥିଲା। କିନ୍ତୁ ଏବେ ସେଠାରେ ପାଣି ମାଡ଼ି ଯାଇଥିବାରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁ ନଥିବା ଜଣାଯାଇଛି। ଉକ୍ତ ମତ୍ସ୍ୟଜୀବୀ ମାନଙ୍କୁ ଠାବ କରି ସୁରକ୍ଷିତ ସ୍ଥାନକୁ ଆଣିବାଲାଗି ପ୍ରତିରକ୍ଷା ବିଭାଗର ଟକ୍ ବୋଟ୍ ଏବଂ ମତ୍ସ୍ୟ ବିଭାଗର ଏକ ବୋଟ୍ ପ୍ରଚେଷ୍ଟା ଚଳାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ଗତି କରୁଥିବା ଯୋଗୁଁ ଏହାର ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ଭଦ୍ରକର ଧାମରାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ।ତା’ସାଙ୍ଗକୁ ଜିଲ୍ଲାରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ଯାଏଁ ପବନ ବହୁଛି। ଗତକାଲି ରାତିରୁ ଭଦ୍ରକ ଜିଲ୍ଲାରେ ଏଭଳି ଅବସ୍ଥା ଲାଗି ରହିଛି।

By amfnews

Related Post