Thu. May 21st, 2026

ଧାନକଟା ମେସିନ ଓ ମିନିଟ୍ରକ୍‌ ଧକ୍କା ଯୋଗୁଁ ୧ ମୃତ; ୨ ଆହତ

353 Views

ଯାଜପୁର: ସୋମବାର ସକାଳ ୭ଟା ପରେ ଛତିଆ ଅଞ୍ଚଳ ଦେଇ ପଡ଼ିଥିବା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଏସ୍‌. ଆର୍‌. ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏକ ଧାନକଟା ମେସିନ୍‌ ଏବଂ ଏକ ମିନିଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମଙ୍ଗଳପୁର ଅନ୍ତର୍ଗତ ସାହିମଡ଼ା ଗ୍ରାମର ଖଗେଶ୍ୱର ନାୟକଙ୍କ ପୁତ୍ର ତ୍ରିଲୋକନାଥ ନାୟକ। ଆହତ ବ୍ୟକ୍ତି ଦୁହେଁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଞ୍ଚଳ ଜାଅାଁଳାର ସାଗର ଭୋଇ ଏବଂ ଗୁରୁ ଭୋଇ।

ପୂର୍ବରୁ ରାସ୍ତା କଡ଼ରେ ଠିଆ ହୋଇଥିବା ଧାନକଟା ମେସିନ୍‌ ଉପରେ ମିନିଟ୍ରକ୍‌ଟି (ଟାଟା ଏସ୍‌) ଆସି ପଛପଟୁ ଧକ୍କା ଖାଇଥିଲା। ଧକ୍କାର ପ୍ରଭାବରେ ମିନିଟ୍ରକ୍‌ରେ ଥିବା ତିନି ଜଣଙ୍କ ମଧ୍ୟରୁ ଜଣକର ଘଟନାସ୍ଥଳରେ ମୃତ୍ୟୁ ଘଟିଥିଲା। ଚିକିତ୍ସା ନିମନ୍ତେ ବାକି ଦୁଇଜଣଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ଦୁହିଁଙ୍କୁ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

By amfnews

Related Post