Thu. Jun 11th, 2026

ଧରା ପଡ଼ିଲେ ଜାଲ୍‌ ନୋଟ୍‌ର ଦଲାଲ୍‌; ନକଲି ଟଙ୍କା ଛାପି ବ୍ୟବସାୟ କରୁଥିଲେ

321 Views

କଳାହାଣ୍ଡି : ଜାଲ୍‌ ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାସ୍‌। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ପୁଲିସ୍‌ ଏକ ଜାଲ୍‌ ନୋଟ୍‌ ରାକେଟ୍‌ର ପଦ୍ଦାଫାସ୍‌ କରିଛି। ଏହି ଘଟଣାରେ ଧର୍ମଗଡ଼ ପୁଲିସ୍‌ ୨ ଜଣକୁ ଗିରଫ କରିବା ସହ ୧୭ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି।

ଗିରଫ ବ୍ୟକ୍ତି ଦ୍ୱୟ ହେଲେ ରାଜେନ୍ଦ୍ର ଭୋଇ ଓ କୁଳମଣି ନାଏକ। ଏମାନେ କୋତମେର ଗାଁର ଧନୀରାମ ନାଏକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କାର ଛେଳି କିଣିଥିଲେ। ଏହି ଟଙ୍କାଙ୍କୁ ନେଇ ଧନୀରାମ ରାସନ୍‌ କିଣିବା ପାଇଁ ଯେତେବେଳେ ଦୋକାନକୁ ଯାଇଥିଲେ, ଏହା ନକଲି ବୋଲି ଜଣାପଡ଼ିଥିଲା।

ଧନୀରାମ ଏହି ଘଟଣା ଜାଣିବା ପରେ ସେମାନଙ୍କୁ ଧରିବା ପାଇଁ ଏକ ଜାଲ ବିଛାଇଥିଲେ। ଆହୁରି ଛେଳି ବିକ୍ରି କରିବାକୁ ଧନୀରାମ ସେମାନଙ୍କୁ ଫୋନ୍‌ରେ ଜଣାଇବା ପରେ ସେମାନେ ଗାଁକୁ ଆସିଥିଲେ। ଏହି ସମୟରେ ଧର୍ମଗଡ଼ ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଅସଲି ଟଙ୍କାକୁ କଲର ଜେରକ୍ସ କରି ଏମାନେ ମାର୍କେଟ୍‌ ଯାଇ ଜିନିଷ କିଣୁଥିବା ପୁଲିସ୍‌ କହିଛି।

ଅନ୍ୟପକ୍ଷରେ, ଏହି ଘଟଣାରେ ସେମାନଙ୍କ ସହ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

By amfnews

Related Post