Tue. Oct 13th, 2026

ଧମକ ଦେଇ ସ୍କୁଲ ପିଲାଙ୍କୁ କରୁଥିଲା ଦୁଷ୍କର୍ମ, ପାକିସ୍ତାନୀ ପ୍ରିନ୍ସିପାଲକୁ ୧୦୫ ବର୍ଷ କାରାଦଣ୍ଡ

307 Views

ଇସଲାମାବାଦ, ଅକ୍ଟୋବର ୩୧: ଦୁଷ୍କର୍ମ ମାମଲାରେ ଜଣେ ପାକିସ୍ତାନୀ ସ୍କୁଲ ପ୍ରିନ୍ସିପାଲଙ୍କୁ ୧୦୫ ବର୍ଷ ଜେଲ ଦଣ୍ଡ ହୋଇଛି। ଅତୁଲ୍ଲା ମାରଓ୍ଵାଟ ପେଶାଓ୍ଵରସ୍ଥିତ ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ, ଯିଏ କି ଛାତ୍ରୀଙ୍କୁ ପ୍ରୋନୋଗ୍ରାଫୀ, ଦୁଷ୍କର୍ମ, ଅନୈତିକ ଶାରୀରିକ ସଂପର୍କ, ହତ୍ୟା ଧମକ ଆଦି ମାମଲା ସହିତ ଜଡ଼ିତ ଅଛନ୍ତି ବୋଲି ସ୍ଥାନୀୟ ଅଦାଲତ କହିଛନ୍ତି। ଏଥି ସହିତ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରିନ୍ସିପାଲକୁ ୧.୪ ମିଲିୟନ ଟଙ୍କା ଅର୍ଥ ଦଣ୍ଡ ହୋଇଛି।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ବାଳକଙ୍କ ଦ୍ୱାରା ଗତ ଜୁଲାଇରେ ଯୌନ ନିର୍ଯ୍ୟାତନା ସଂପର୍କୀତ ଏକ ଅଭିଯୋଗ ହୋଇଥିଲା। ପ୍ରିନ୍ସିପାଲ ଜଣକ ଛାତ୍ରୀମାନଙ୍କୁ ଫସାଇ ଶାରୀରିକ ସଂପର୍କ ରଖୁଥିଲା ଏବଂ ପରେ ସେ ଘଟଣାକୁ ଅନ୍ୟ ଆଗରେ ପ୍ରକାଶ ନ କରିବାକୁ ଚେତାବନୀ ଦେଉଥିଲା। ବାଳକମାନେ ଅଭିଯୋଗ ଆଣିଥିଲେ ଯେ, ଅଭିଯୁକ୍ତ ଜଣକ କ୍ୟାମେରା ସାହାଯ୍ୟରେ ଘଟଣାକୁ କଏଦ କରୁଥିଲା।

ଅଭିଯୁକ୍ତ ୧୮ ବର୍ଷରୁ କମ ବୟସର ବାଳିକାମାନଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା। ମୋବାଇଲ ଫୋନରେ ଭିଡିଓ ରେକର୍ଡିଂ କରିବା ପରେ ତାକୁ ପେନ୍‌ ଡ୍ରାଇଭରେ ସାଇଥି ରଖୁଥିଲା। ପୋଲିସ ତଦନ୍ତ ବେଳେ ପ୍ରିନ୍ସିପାଲଙ୍କ ବ୍ୟକ୍ତିଗତ କମ୍ପ୍ୟୁଟରୁ ୨୬ ଭିଡିଓ ଜବତ କରିଛି। ଛାତ୍ରଛାତ୍ରୀଙ୍କ ବ୍ୟତୀତ କିଛି ଶିକ୍ଷକଙ୍କୁ ମଧ୍ୟ ପ୍ରିନ୍ସିପାଲ ଧମକ ଓ ଚେତାବନୀ ଦେଇଥିଲା। ସ୍କୁଲର ୩ ଟି କୋଠାରି ଭିତରେ ଏହି ଅପରାଧ କାମ ହେଉଥିଲା। ପୋଲିସ ମେମୋରି କାର୍ଡ, ପେନ ଡ୍ରାଇଭ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

By amfnews

Related Post