Sat. Oct 3rd, 2026

ଦ୍ୱୈତ ନଗରୀ କଟକ-ଭୁବନେଶ୍ୱରରେ ଘଡ଼ଘଡ଼ି ସହ ଦେଢ଼ ଘଣ୍ଟା ଧରି ପ୍ରବଳ ବର୍ଷା

328 Views

ଭୁବନେଶ୍ୱର: ଦ୍ୱୈତ ନଗରୀ କଟକ-ଭୁବନେଶ୍ୱରରେ ରାତି ପ୍ରାୟ ୩ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡ଼ଘଡ଼ି ଦେଢ଼ ଘଣ୍ଟା ଧରି ଜାରି ରହିଥିଲା। ଏହି ବର୍ଷା, ପବନରେ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିଥିବାର ସୂଚନା ମିଳିଛି। ଏଥିସହିତ ବିଦ୍ୟୁତ୍‌ ସରବରାହ ବ୍ୟାଘତ ମଧ୍ୟ ହୋଇଥିଲା। ରାତିରେ ଦ୍ୱୈତ ନଗରୀରେ ପ୍ରବଳ ବର୍ଷା, ପବନ ଓ ଘଡ଼ଘଡ଼ିର ଭୟଙ୍କର ଶବ୍ଦ ସାଙ୍ଗକୁ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଯୋଗୁଁ ଲୋକେ ରାତି ସାରା ହନ୍ତସନ୍ତ ହୋଇଥିଲେ।

ସେପଟେ ରାଜ୍ୟରେ ଗରମ ବଢ଼ିବ ନାହିଁ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। କିନ୍ତୁ ଆଜିଠାରୁ କାଳବୈଶାଖୀ ବର୍ଷା ଆରମ୍ଭ ହେବା ସହ ପରେ ପ୍ରାକ୍ ମୌସୁମୀ ବର୍ଷା ହେବାକୁ ଯାଉଛି। ଏଣୁ ରାଜ୍ୟରେ ଗରମ ବଢ଼ିବାର ସମ୍ଭାବନା ନାହିଁ। ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିବ। ଆସନ୍ତା ୩/୪ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ବଢ଼ିବନି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ରହିବ। ପରେ ଧୀରେଧୀରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

By amfnews

Related Post