Fri. Oct 16th, 2026

ଦ୍ୱିତୀୟ ଥର ମାଆ ବନିବେ ଈଶା, ନିଆରା ଢଙ୍ଗରେ କଲେ ଘୋଷଣା

314 Views

ମୁମ୍ବାଇ, ଜାନୁଆରୀ ୨୨: ଅଭିନେତ୍ରୀ ଈଶା ଦେଓଲ ଦ୍ୱିତୀୟ ଥର ପାଇଁ ମାଆ ବନିବାକୁ ଯାଉଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ନିଆରା ଢଙ୍ଗରେ ନିଜ ଦ୍ୱିତୀୟ ପିଲା ହେବା ବିଷୟରେ ଘୋଷଣା କରିଛନ୍ତି। ସେ ତାଙ୍କ ସ୍ୱାମୀ ଭରତ ତାକ୍‌ଥାନିଙ୍କ ସହ ଏହି ଇନ୍‌ଷ୍ଟା ପୋଷ୍ଟ୍‍ କରିଛନ୍ତି। ଈଶା ତାଙ୍କ ପ୍ରଥମ ଝିଅ ରାଧ୍ୟାଙ୍କର ଏକ ଫଟୋ ଦେଇଛନ୍ତି। ତାଙ୍କ ଫଟୋ ଦେଇ ଲେଖିଛନ୍ତି, ‘ମୁଁ ବଡ଼ ଭଉଣୀ ପଦବୀକୁ ପ୍ରମୋସନ୍‌ ପାଉଛି।’

 

ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଈଶା ଦେଓଲ ସ୍ୱାମୀ ଭରତଙ୍କୁ ୨୦୧୨ ମସିହାରେ ବିବାହ କରିଥିଲେ। ୨୦୧୭ ମସିହାରେ ଏହି ଭାଗ୍ୟବାନ ଦମ୍ପତିଙ୍କୁ ଏକ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା।

By amfnews

Related Post